ମନ୍ତ୍ରୀଙ୍କ ଏସ୍‌କର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ

ପାରଳାଖେମୁଣ୍ଡି,୧୭।୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା ଉଲିଆପଦା ଗାଁ ନିକଟରେ ମନ୍ତ୍ରୀଙ୍କୁ ଏସ୍‌କର୍ଟ କରି ନେଉଥିବା ଗାଡ଼ିଟି ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡ଼ାରୁ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ବିରିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଉଲିଆପଦା ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା।