ଏନ୍‍ଟିଏ’ରେ ସଂସ୍କାର ପାଇଁ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ଠାରୁ ମତାମତ ଲୋଡ଼ିଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୮।୬: ଜାତୀୟ ପରୀକ୍ଷଣ ସଂସ୍ଥା-ଏନ୍‍ଟିଏରେ ସଂସ୍କାର ଆଣିବା ପାଇଁ ସୁପାରିଶ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଠାରୁ ପ୍ରସ୍ତାବ ଲୋଡ଼ିଛନ୍ତି । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ.ରାଧାକ୍ରିଷ୍ଣନ୍‍ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ମାଇଁ ଗଭ୍‍ ୱେବ୍‍ସାଇଟ୍‍ ଜରିଆରେ ପ୍ରସ୍ତାବ ଏବଂ ମତାମତ ଗ୍ରହଣ କରିବେ ।

ଆସନ୍ତା ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସେମାନେ ମତାମତ ପଠାଇ ପାରିବେ । ଆସନ୍ତା ୨ମାସ ମଧ୍ୟରେ କମିଟି’ ଶିକ୍ଷା ମନ୍ତ୍ରଣାଳୟକୁ ଏନ୍‍ଟିଏରେ ସଂସ୍କାର ସମେତ ପରୀକ୍ଷା ପରିଚାଳନା ପ୍ରକ୍ରିୟା ଓ ଡାଟା ସୁରକ୍ଷା ସଂପର୍କିତ ରିପୋର୍ଟ ପ୍ରଦାନ କରିବ ।

ସୂଚନାଯୋଗ୍ୟ ଏନ୍‌ଟିଏ ପରୀକ୍ଷା ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ପରୀକ୍ଷାଗୁଡ଼ିକର ସ୍ବଚ୍ଛ, ସରଳ ଏବଂ ନିରପେକ୍ଷ ଆଚରଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଉକ୍ତ କମିଟି ଗଠନ କରିଛି। କାରଣ ନିଟ୍‌, ୟୁଜି, ୟୁଜିସି ଏବଂ ନେଟ୍‌ ସମେତ ଅନେକ ପରୀକ୍ଷାର ପେପର ଲିକ୍‌ ବିବାଦ ହେବାରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

୭ ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ପୂର୍ବତନ ଇସ୍ରୋ ଅଧ୍ୟକ୍ଷ କେ.ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିବା ଶିକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଏହି କମିଟିରେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ପ୍ରଫେସର ବି.ଜେ ରାଓ, ରାମମୂର୍ତ୍ତି. କେ, ପଙ୍କଜ ବଂଶଲ ମଧ୍ୟ ରହିଛନ୍ତି।

କମିଟି ନିମ୍ନ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବ:

ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର

(କ) ଆମୂଳଚୁଳ ଭାବେ ପରୀକ୍ଷା ପ୍ରକ୍ରିୟାର ବିଶ୍ଳେଷଣ କରିବା ଏବଂ ବ୍ୟବସ୍ଥାର ଦକ୍ଷତାରେ ଉନ୍ନତି ଆଣିବା ଏବଂ କୌଣସି ସମ୍ଭାବ୍ୟ ଉଲ୍ଲଂଘନକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେବା ।

(ଖ) ଏନଟିଏର ମାନକ ପରିଚାଳନା ପଦ୍ଧତି ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି)/ପ୍ରୋଟୋକଲର ସମ୍ପୂର୍ଣ୍ଣ ସମୀକ୍ଷା କରିବା ଏବଂ ପ୍ରତ୍ୟେକ ସ୍ତରରେ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଅନୁଧ୍ୟାନ ବ୍ୟବସ୍ଥା ସହିତ ଏହି ପ୍ରକ୍ରିୟା/ ପ୍ରୋଟୋକଲଗୁଡ଼ିକୁ ସୁଦୃଢ଼ କରିବା ନିମନ୍ତେ ପଦକ୍ଷେପ ନେବା ଲାଗି ଆବଶ୍ୟକ ପରାମର୍ଶ ଦେବା ।

(ii) ଡାଟା ସୁରକ୍ଷା ପ୍ରୋଟୋକଲରେ ଉନ୍ନତି

(କ) ବର୍ତ୍ତମାନର ଡାଟା ସୁରକ୍ଷା ପ୍ରକ୍ରିୟା ଏବଂ ଏନଟିଏର ପ୍ରୋଟୋକଲଗୁଡିକର ମୂଲ୍ୟାଙ୍କନ କରିବା ତଥା ଏଥିରେ ସୁଧାର ପାଇଁ ପଦକ୍ଷେପ ସୁପାରିସ କରିବା ।

(ଖ) ବିଭିନ୍ନ ପରୀକ୍ଷା ପାଇଁ ପେପର ସେଟିଂ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ବନ୍ଧୀୟ ବର୍ତ୍ତମାନର ସୁରକ୍ଷା ପ୍ରୋଟୋକଲ ଯାଞ୍ଚ କରିବା ତଥା ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ପାଇଁ ସୁପାରିସ କରିବା ।

(iii) ଏନଟିଏର ଢାଞ୍ଚା ଓ ପରିଚାଳନାରେ ଉନ୍ନତି

(କ) ପଏଣ୍ଟ (୧) ଓ (୨) ଅଧୀନରେ ଦିଆଯାଇଥିବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ର ସାଂଗଠନିକ ଢାଞ୍ଚା ଏବଂ ପରିଚାଳନା ପ୍ରକ୍ରିୟାରେ ସୁଧାର ଆବଶ୍ୟକ ସୁପାରିସ କରିବା ଏବଂ ପ୍ରତ୍ୟେକ ସ୍ତରରେ କର୍ମକର୍ତ୍ତାଙ୍କ ଭୂମିକା ଏବଂ ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା ।

(ଖ) ଏନଟିଏର ସାମ୍ପ୍ରତିକ ଅଭିଯୋଗ ସମାଧାନ ବ୍ୟବସ୍ଥାର ଆକଳନ କରିବା, ଉନ୍ନତିର କ୍ଷେତ୍ରଗୁଡିକ ଚିହ୍ନଟ କରିବା ଏବଂ ଏହାର ଦକ୍ଷତା ବୃଦ୍ଧି ପାଇଁ ସୁପାରିସ କରିବା।

ଏହି ଆଦେଶ ଜାରି ହେବାର ଦୁଇ ମାସ ମଧ୍ୟରେ କମିଟି ଏହାର ରିପୋର୍ଟ ଶିକ୍ଷା ମନ୍ତ୍ରଣାଳୟକୁ ପ୍ରଦାନ କରିବ। ନିଜର ସହାୟତା କରିବା ପାଇଁ କମିଟି ଯେକୌଣସି ବିଷୟ ବିଶେଷଜ୍ଞଙ୍କ ସହଯୋଗ ନେଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ହାଥରସ ଘଟଣାକୁ ନେଇ ଆସିଲା ‘ଭୋଲେ ବାବା’ ଙ୍କ ପ୍ରଥମ ବୟାନ, କହିଲେ…

ଲକ୍ଷ୍ନୌ,୬।୭: ହାଥରସ ଦୁର୍ଘଟଣା ସମ୍ପର୍କରେ ବାବା ସୁରଜପାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ। ପ୍ରଶାସନରେ ଲୋକଙ୍କ ବିଶ୍ୱାସ...

ପ୍ରଶାସନିକ ବିଫଳତାରୁ ଦଳାଚକଟା

ହାଥରସ୍‌,୬ା୭: ଉତ୍ତରପ୍ରଦେଶର ହାଥ୍‌ରସ୍‌ ଜିଲାରେ ଭୋଲେ ବାବାଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ ବେଳେ ଦଳାଚକଟା ଘଟି ୧୨୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଲୋକ ସଭାର ବିରୋଧୀ ଦଳ ନେତା...

ରାଜ୍ୟ ସଭାରୁ କେଶବ ରାଓଙ୍କ ଇସ୍ତଫା

ହାଇଦ୍ରାବାଦ,୬ା୭: ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଛାଡ଼ି କଂଗ୍ରେସରେ ଯୋଗଦେବାର ଦିନକ ପରେ କେ. କେଶବ ରାଓ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ...

ସମଲିଙ୍ଗୀ ବିବାହ ରାୟ ସମୀକ୍ଷା ଆବେଦନ ଶୁଣାଣି ୧୦ରେ

ନୂଆଦିଲ୍ଲୀ,୬ା୭: ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବର ୧୭ରେ ମନା କରିଦେଇଥିଲେ। ଉକ୍ତ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୧୦ରେ...

ବିଏସ୍‌ପିର ତାମିଲନାଡ଼ୁ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା, ୬ ଜଣ ଘେରିଯାଇ ନେଇଗଲେ ଜୀବନ

ଚେନ୍ନାଇ,୫।୭: ତାମିଲନାଡ଼ୁ ବିଏସ୍‌ପିର ପ୍ରଦେଶ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଛି। ତାଙ୍କ ଉପରେ ଆକ୍ରମଣ ହେବା ପରେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।...

ଅନ୍ୟର ଜମିରେ ଚାଷ କରୁଛନ୍ତି କି? ଜାଣନ୍ତୁ କ’ଣ ଏଭଳି ଭାଗଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ଟଙ୍କା…

ନୂଆଦିଲ୍ଲୀ,୫।୭: ଦେଶର କୃଷକମାନଙ୍କୁ ଆର୍ଥିକ ଭାବେ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା’ ଚାଲୁ ରହିଛି। ଏହି...

ବିଜେଡି ରାଜ୍ୟ ସଭା ଏମପି ମୁନା ଖାନ୍‌ଙ୍କ ଦମଦାର୍‌ ଭାଷଣ, ପ୍ରଶଂସା କଲେ ଧନକର, ଟାର୍ଗେଟରେ ଥିଲେ ମୋଦି

ଭୁବନେଶ୍ୱର,୫।୭: ରାଜ୍ୟ ସଭାରେ ବଦଳିଛି ବିଜୁ ଜନତା ଦଳର ଆଭିମୁଖ୍ୟ। ଆକ୍ରାମଣତ୍ମକ ଢଙ୍ଗରେ ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରୁଛନ୍ତି ବିଜେଡି ଏମପି। ପୂର୍ବରୁ...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପୁଣି ଗିରଫ ହେଲେ କ’ଣ କେଜ୍‌ରିଓ୍ବାଲଙ୍କ ରାସ୍ତାରେ ଚାଲିବେ? ସାମ୍ନାରେ ରହିଛି ଏହି ୩ ବିକଳ୍ପ

ରାଞ୍ଚି,୫।୭: କଥିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହେଲେ ତାଙ୍କ ରାସ୍ତାର କଣ୍ଟା ଏଯାଏ ସଫା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri