ଚାଇନାରେ ଶିଶୁମାନଙ୍କ ନିକଟରେ ବ୍ୟାପୁଥିବା ଅଜଣା ରୋଗକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ଏମିତି ବୟାନ

ବେଜିଂ/ନୂଆଦିଲ୍ଲୀ,୨୪।୧୧: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚାଇନାରେ ପିଲାମାନଙ୍କ ମଧ୍ୟରେ ବ୍ୟାପିଥିବା ରହସ୍ୟମୟ ରୋଗ ଉପରେ ନଜର ରଖିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଚାଇନାରେ ଦେଖାଯାଉଥିବା ପକ୍ଷୀ ସ୍ବାଇନ ଫ୍ଲୁ ରୋଗ ସହିତ ଶ୍ୱାସ ରୋଗର କ୍ଲଷ୍ଟରରୁ ଭାରତ ପ୍ରତି ବିପଦ ହେବାର ସମ୍ଭାବନା କମ। ଏହା ସହିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି କାରଣରୁ ଘଟୁଥିବା କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଭାରତ ପ୍ରସ୍ତୁତ ଅଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ଏହା ଉତ୍ତର ଚାଇନାରେ ପିଲାମାନଙ୍କ ମଧ୍ୟରେ ଏଚ୯ଏନ୨ରୋଗର ପ୍ରସାର ଏବଂ ଶ୍ୱାସକ୍ରିୟା ରୋଗର କ୍ଲଷ୍ଟର ଉପରେ ତୀକ୍ଷ୍ଣ ନଜର ରଖିଛି। ଗତ କିଛି ସପ୍ତାହ ମଧ୍ୟରେ ଚାଇନାରେ ଶ୍ୱାସକ୍ରିୟାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ଅକ୍ଟୋବର ୨୦୨୩ରେ ଚାଇନାରେଏଚ୯ଏନ୨(ଏଭିଆନ ଇନଫ୍ଲୁଏପଞ୍ଜା ଭୂତାଣୁ) ର ରିପୋର୍ଟ ହେବା ପରେ, ଏହାର ପ୍ରସ୍ତୁତି ସଂପର୍କରେ ଡିଜିଏଚଏସର ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଯାହାର ରିପୋର୍ଟ ଡବ୍ଲୁଏଚଓକୁ ଦିଆଯାଇଥିଲା।

ବର୍ତ୍ତମାନ ଭାରତ ଯେକୌଣସି ପ୍ରକାରର ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି। ଏହିପରି ଜନସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଭାରତ ଏକ ସ୍ବାସ୍ଥ୍ୟ ପନ୍ଥା ଉପରେ କାର୍ଯ୍ୟ କରୁଛି। କୋଭିଡ ମହାମାରୀ ପରେ ଭାରତର ସ୍ବାସ୍ଥ୍ୟ ଭିତ୍ତିଭୂମି ମଜବୁତ ହୋଇଛି।

Share