ମା’ଙ୍କ ସହ ଝଗଡ଼ା କରି ହୋଟେଲ ସୋଫାରେ ନିଆଁ ଲଗାଇଦେଲେ ନାବାଳକ, ଜଳିଗଲା ପୂରା ହୋଟେଲ

ଓ୍ବାଶିଂଟନ,୨୭ା୭: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଜଣେ ୧୬ ବର୍ଷୀୟ ନାବାଳକ ତାଙ୍କ ମା’ ସହିତ ଝଗଡ଼ା କରିବା ପରେ ହୋଟେଲ ସୋଫାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସାରା ହୋଟେଲରେ ନିଆଁ ଲାଗିଯାଇଥିଲା। ତେବେ ଏହି ଘଟଣାରେ ପୋଲିସ ସମ୍ପୃକ୍ତ ନାବାଳକଙ୍କୁ ଗିରଫ କରିଛି।

ମିଳିଥିବା ସୂଚନାନୁଯାୟୀ, ଗୁରୁବାର ଓକାଲାର ହିଲଟନ ହୋଟେଲରେ ଏହି ଅଗ୍ନିକାଣ୍ଡ ଘଟିଛି। ତତ୍‌କ୍ଷଣାତ୍‌ ୯୧୧କୁ ଡକାଯାଇଥିଲା।

ପ୍ରକୃତରେ ଇସାବେଲା ଫେଥ୍‌ ଆଡେଲିନ ଗାର୍ସିଆ ନାମକ ଜଣେ ନାବାଳକ ତାଙ୍କ ମା’ ସହିତ ଝଗଡ଼ା ପରେ ସୋସଫା ସହ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ ହୋଟେଲରେ ପ୍ରାୟ ଦୁଇ ଲକ୍ଷ ଡଲାର କ୍ଷତି ହୋଇଛି।

Share