ପରିବାରର ୪ ଜଣଙ୍କୁ ହରାଇ ଭାଙ୍ଗିପଡ଼ିଲେ ନାବାଳକ, ପରେ ହାରିଦେଲେ ଜୀବନ

ବଲାଙ୍ଗୀର,୧୭।୨: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକର କନୁଟ ଉପରପଡ଼ାରେ ଗତ ୧୦ ତାରିଖ ଦିନ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ୬ ଜଣ ଗୁରୁତର ହେଇଥିଲେ। ଅଦାବରିଆ ପରିବାରର ପାଞ୍ଚଜଣ ସଦସ୍ୟ ଆହତ ହେଇଥିଲା ବେଳେ ପଡୋଶୀ ମାଳତୀ ମହାଖୁଡ ନିଆଁରେ ପୋଡ଼ି ଯାଇଥିଲେ। ଏକ ଘରୋଇ ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା କରା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମାଳତୀ ମହାଖୁଡ, ଭାନୁମତୀ ଅଦାବରିଆ, ମହେଶ୍ୱର ଅଦାବରିଆ, ଭୈରବୀ ଅଦାବରିଆଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣା ମାଳତୀ ମହାଖୁଡଙ୍କ ପୁଅ ଦ୍ରୋଣ ମହାଖୁଡ (୧୬) ଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା। ସେ ଶୁକ୍ରବାର ରାତିରେ ଘରେ ଶାଢ଼ି ଲଗେଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ବେଲପଡ଼ା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବେଲପଡ଼ା ହସ୍ପିଟାଲକୁ ପଠେଇଛି। ଏଣେ ଘଟଣାସ୍ଥଳରେ ବେଲପଡ଼ା ତହସିଲଦାର ବନବିହାରୀ ହରପାଲ ଓ ବିଡିଓ ରାଜେଶ କୁମାର ମେହେର ପହଞ୍ଚିଛନ୍ତି।

Share