କୁଆଁରମୁଣ୍ଡା,୨୮ା୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଥିବା ଏକ ଆବଦ୍ଧ କୋଠରୀରେ ଜଣେ ନାବାଳିକାଙ୍କୁ ରଖି ୬ମାସ ଧରି ବଳାକତ୍ାର କରାଯାଉଥିଲା। କୌଶଳକ୍ରମେ ନାବାଳିକା ଜଣକ ଯୁବକଙ୍କ କବଳରୁ ଖସି ଆସି ସୋମବାର କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଫାଣ୍ଡି ପୋଲିସ ଅଭିଯୁକ୍ତ ରଞ୍ଜିତ୍ ବଡାଇକ୍(୨୦)ଙ୍କୁ ଡକାଇ କଥାବାର୍ତ୍ତା କରିଥିଲା। ଏପରି କି ଏହି ଘଟଣାକୁ ରଫାଦଫା କରିବାକୁ ଫାଣ୍ଡି ପୋଲିସ ଚେଷ୍ଟା କରିଥିଲା। ହେଲେ ନାବାଳିକା ଓ ତାଙ୍କ ପରିବାର ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯାଇଥିଲାା ସୁନ୍ଦରଗଡ଼ ଏସ୍ପି ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ମାମଲା (ନଂ.୨୦୨/୨୦) ରୁଜୁ କରି ଫାଣ୍ଡି ପୋଲିସ ଅଭିଯୁକ୍ତ ରଞ୍ଜିତଙ୍କୁ ବାର୍ତ୍ତାଗୁଟୁ ଗ୍ରାମର ଗଞ୍ଜୁଟୋଲାରୁ ଗିରଫ କରିଛି। ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୀଡିତାଙ୍କୁ ରାଉରକେଲାସ୍ଥିତ ମା’ଗୃହରେ ରଖାଯାଇଛି।