ବାଲେଶ୍ୱର ଅଫିସ,୨।୧- ବାଲେଶ୍ବର ବଳରାମ ଗଡ଼ି ସ୍ଥିତ ଗଙ୍ଗାମାତା ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଛନ୍ତି। ଦାନବାକ୍ସରେ ପାଖାପାଖି ୨ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି। ଏନେଇ ଶନିବାର ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ଲେଖାଯିବା ସୁଦ୍ଧା କୈାଣସି ଦୁବୃର୍ତ୍ତଙ୍କୁ ଠାବ କରାଯାଇ ପାରିନାହିଁ।