ଜଟଣୀ,୧୮ା୧୦(ଡି.ଏନ.ଏ): ଜଟଣୀ ଥାନା ଅଧୀନ ତରାବୋଇ ଗ୍ରାମ ନୂଆସାହିର ବଙ୍କିନା ତାଡ଼ ଦୁଇ ପିଲାଙ୍କୁ ଧରି ଶୋଇଥିବା ବେଳେ ରବିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ବାହାରୁ କବାଟ ଦେଇ ନିଆଁ ଲଗାଇଥିଲେ। ଏଥିରେ କବାଟର କିଛି ଅଁଶ ପୋଡ଼ିଯାଇଛି। ନିଆଁ ଲଗାଇ ତାଙ୍କ ପରିବାର ଲୋକଙ୍କୁ ମାରିଦେବାକୁ ଉଦ୍ୟମ କରାଯାଇଛି ବୋଲି ବଙ୍କିନା ସୋମବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ବଙ୍କିନାଙ୍କ ସ୍ବାମୀ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ସେ ଛୋଟ ଦୁଇ ପିଲାଙ୍କୁ ଧରି ଘରେ ରହିଥିଲେ। ରାତି ପ୍ରାୟ ସାଢେ ୧ଟାରେ କେହି ଦୁର୍ବୃତ୍ତ ତାଙ୍କ ଘର କବାଟରେ ନିଆଁ ଲଗାଇଦେଇଥିଲେ। କବାଟ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଦେଖି ପାଣି ପକାଇ ଏହାକୁ ଲିଭାଇବା ସହ ଘରେ ଶୋଇଥିବା ବଙ୍କିନା ଓ ତାଙ୍କ ପିଲାଙ୍କୁ ବାହାରକୁ ଆଣିଥିଲେ। ପୂର୍ବ ବିବାଦକୁ ନେଇ କେହି ନିଆଁ ଲଗାଇଛି ପ୍ରାତମିକ ଅନୁସନ୍ଧାନରୁ ଜଣାପଡ଼ିଛି।