ବାଲିଗୁଡ଼ା,୬।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଗୁଣ୍ଡିଚାମନ୍ଦିର ନିକଟସ୍ଥ କେରଳି ଟାୟାର ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତିରେ ଦୋକାନ ବନ୍ଦ ଥିବା ବେଳେ କେହି ଦୁର୍ବୃତ୍ତ ବାରଣ୍ଡାରେ ଟାୟାର ରଖି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ମଙ୍ଗଳବାର ସକାଳୁ ଦୋକାନ ମାଲିକ ସୁରେଶ ଚନ୍ଦ୍ର ପିଲାଇ ଜାଣିଥିଲେ। ଦୋକାନ ବାରଣ୍ଡାରେ କିଛି ଟାୟାର ଜଳିଥିବା ଦେଖି ବାଲିଗୁଡ଼ା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁ ଲାଭାଇଥିବା ବେଳେ ବାଲିଗୁଡ଼ା ଏସ୍ଡିପିଓ ତଦନ୍ତ ଆରମ୍ଭ କରିଛନ୍ତି।