ପଦ୍ମପୁର,୨୭।୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଇରମ -ପଢ଼ୁଆଁ ଟ୍ରେକର ଷ୍ଟାଣ୍ଡ ନିକଟରେ ଭାଟପଡା ଗ୍ରାମର ଦୁଇ ଜଣ ମହିଳାଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇଛନ୍ତି ଦୁର୍ବୃତ୍ତ। ପଲସର ବାଇକରେ ଆସିଥିବା ଦୁଇ ଯୁବକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ମହିଳା ଦୁଇ ଜଣ ଜୟଗୁରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଟଙ୍କା ଷ୍ଟେଟ ବ୍ୟାଙ୍କରୁ ଉଠାଇ ଘରକୁ ଯିବାପାଇଁ ଟ୍ରେକର ଷ୍ଟାଣ୍ଡ ନିକଟରେ ଅପେକ୍ଷା କରିଥିବାବେଳେ ଏହି ଘଟଣା ଘଟିଛି। ଖବର ପାଇ ପୋଲିସ ବିଭିନ୍ନ ରାସ୍ତାରେ ଗାଡି ଅଟକାଇ ଯାଞ୍ଚ କରୁଛି।