ଜାଲ ଚେକ ଦେଖାଇ ମହିଳାଙ୍କଠାରୁ ନେଇଗଲେ ସୁନାହାର

ଖଲ୍ଲିକୋଟ,୮ା୧୧(ଡି.ଏନ୍‌.ଏ.)-ଖଲ୍ଲିକୋଟ ଥାନା ବିକ୍ରମପୁର ଖମାରସାହିର ଜଣେ ଅସହାୟ ମହିଳାଙ୍କଠାରୁ ଶନିବାର ଅଭିନବ ଉପାୟରେ ସୁନାହାର ଲୁଟ ହୋଇଛି। ସ୍ବାମୀଙ୍କ ମୃତ୍ୟୁକାଳୀନ ସହାୟତା ଦେବା ପାଇଁ ଜାଲ୍‌ ବ୍ୟାଙ୍କ ଚେକ୍‌ ଦେଖାଇ ଅସହାୟା ସୁଚିତ୍ରା ଜେନାଙ୍କଠାରୁ ଜଣେ ଦୁର୍ବୃତ୍ତ ୩ ଭରି ଓଜନର ସୁନାହାର ଧରି ଚମ୍ପଟ ମାରିଛନ୍ତି। ଏ ନେଇ ସୁଚିତ୍ରା ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇଥିବା ସେ କହିଛନ୍ତି।
୨୦୧୭ରେ ସୁଚିତ୍ରାଙ୍କ ସ୍ବାମୀ ରଞ୍ଜନ ଜେନାଙ୍କ ବିଦେଶରେ ମୃତ୍ୟୁ ହୋଇଥିଲା। ଶନିବାର ମଧ୍ୟାହ୍ନରେ ଦୁର୍ବୃତ୍ତ ଜଣକ ବାଇକରେ ସୁଚିତ୍ରାଙ୍କ ଘର ନିକଟକୁ ଆସି ସ୍ବାମୀଙ୍କ ମୃତ୍ୟୁକାଳୀନ ସହାୟତା ୩ ଲକ୍ଷ ୨୦ ହଜାର ଟଙ୍କା ଆସିଛି କହି ଫେଡେରାଲ ବ୍ୟାଙ୍କର ଏକ ଜାଲ୍‌ ଚେକ୍‌ (ନଂ.୨୨୧୭୯୨୬୫) ଦେଇଥିଲେ। ବ୍ୟାଙ୍କ ଖାତାରେ ୨୪ ହଜାର ଟଙ୍କା ଡିପୋଜିଟ କଲେ ଉକ୍ତ ସହାୟତା ଟଙ୍କା ଟ୍ରାନ୍ସଫର ହେବ ବୋଲି ସେ କହିଥିଲେ। ତେବେ ସୁଚିତ୍ରାଙ୍କ ପାଖରେ ଟଙ୍କା ନ ଥିବାରୁ ସୁନା ବନ୍ଧକ ରଖି ଟଙ୍କା ଡିପୋଜିଟ କର ବୋଲି କହିଥିଲେ। ଝିଅର ୩ ଭରି ଓଜନର ଏକ ସୁନାହାର ପେଡିରୁ ବାହାର କରି ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ଡିପୋଜିଟ କରିବାକୁ ସୁଚିତ୍ରା ପ୍ରସ୍ତୁତ ହେଉଥିବା ବେଳେ ଦୁର୍ବୃତ୍ତ ତାହା ଧରି ଚମ୍ପଟ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କା ଦେଲା ବାଲି ବୋଝେଇ ହାଇଓ୍ବା: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

ହିଞ୍ଜିଳିକାଟୁ,୨୯ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ୫୯ନଂ ରାଜପଥ ହିଞ୍ଜିଳିକାଟୁ ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ରବିବାର ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ...

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି

ଗୋପାଳପୁର,୨୯ା୧୨(ନବୀନ ରାଜ ଆଚାରୀ): ଖରିଫ ଧାନଫସଲ ଅମଳ ସମୟରେ ଅଦିନିଆ ବର୍ଷାମାଡ଼ରେ ଧାନଫସଲ ନଷ୍ଟ ହୋଇଛି। ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଧାରିତ...

ଘର ଭାଙ୍ଗି ଖାଇଗଲେ ୧୦ ବସ୍ତା ଧାନ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ି ନିକଟରେ ହାତୀପଲ ଜଣେ ଚାଷୀଙ୍କ ଜମିରେ ଥିବା ଘରକୁ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ...

ଡାକ୍ତରଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଜଣେ ଆସିଷ୍ଟାଣ୍ଟ ପ୍ରଫେସର-୩ ସିନିୟର ରେସିଣ୍ଟେଣ୍ଟ ଚାକିରିରୁ ବହିଷ୍କୃତ; ଜଣଙ୍କୁ ୬ ମାସ ହଷ୍ଟେଲ ମନା

ବ୍ରହ୍ମପୁର,୨୯।୧୨(ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି( ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପିଜି ଡାକ୍ତରଙ୍କୁ କିଛି ବରିଷ୍ଠ ଡ଼ାକ୍ତର ମାଡ ମାରିବା ଏଂ...

ଟ୍ରାନ୍ସଫର୍ମରକୁ ପିଟଲା ପରିବା ବୋଝେଇ ପିକ୍‌ଅପ, ପରେ….

ପୋଲସରା,୨୯।୧୨: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଗ୍ରାମ ନିକଟରେ ଏକ ପରିବା ବୋଝେଇ ଗାଡ଼ି ଦୁର୍ଘଟଣା ହୋଇଛି। ରାସ୍ତା କଡ଼ରେ ଥିବା ଏକ...

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ...

ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା

ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ...

ଗଞ୍ଜେଇ ଭର୍ତ୍ତି ୨ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୨୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଟିମ୍‌ ଶନିବାର ଚଢ଼ାଉ କରି ୨ଟି ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଥିବାବେଳେ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri