ରଙ୍ଗ କଳା ଯୋଗୁ ମିସ୍‌ ଇଣ୍ଡିଆ ରନର୍‌ ଅପ୍‌ଙ୍କୁ ମିଳୁନି କାମ

ଟିଭି ଜଗତର ଚର୍ଚ୍ଚିତ ରିଆଲିଟି ଶୋ ‘ବିଗ ବସ ୧୬’ ଗତ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଛି। ଟିଭି, ବଲିଉଡ ଏବଂ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଏଥର ଶୋ’ରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୨୦୨୦ ‘ମିସ ଇଣ୍ଡିଆ’ ରନର୍‌ ଅପ ମାନ୍ୟା ସିଂ।
ଶୋ’ର ଗ୍ରାଣ୍ଡ ପ୍ରିମିୟରରେ ମାତ୍ୟା ତାଙ୍କ ଜୀବନ ସହିତ ଜଡିତ ଅନେକ କଥା ମଧ୍ୟ କହିଥିଲେ। ସେ କହିଥିଲେ ଯେ, ୬-୭ ବର୍ଷର ପରିଶ୍ରମ ପରେ ସେ ‘ମିସ ଇଣ୍ଡିଆ’ ପାଇଁ ମନୋନୀତ ହୋଇଥିଲେ ଏବଂ ରନର୍‌ ଅପ ହୋଇଥିଲେ। ଏହି ଯାତ୍ରା ତାଙ୍କ ପାଇଁ ସହଜ ନ ଥିଲା। କେବଳ ଏତିକି ନୁହେଁ, ମିସ ଇଣ୍ଡିଆ ରନର୍‌ ଅପ ହେବା ପରେ ମଧ୍ୟ ସେ ପ୍ରାୟ ୨ ବର୍ଷ କାମ ପାଇଲେ ନାହିଁ। ଏହି ଦୁଇ ବର୍ଷରେ, ସେ କେବଳ ଗୋଟିଏ ବିଜ୍ଞାପନ ପାଇଥିଲେ। ଏହା ଶୁଣି ଶୋ’ ହୋଷ୍ଟ ସଲମାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସଲମାନ ମାନ୍ୟାଙ୍କୁ ପଚାରିଲେ ସେ ଦୁଇ ବର୍ଷ ମଧ୍ୟରେ କାହିଁକି କାମ ପାଇଲେ ନାହିଁ? ତା’ପରେ ସେ କହିଥିଲେ ଯେ, ତାଙ୍କର କଳା ଚର୍ମ ଯୋଗୁ କେହି ତାଙ୍କୁ କାମ ଦିଅନ୍ତି ନାହିଁ। ଲୋକମାନେ କୁହନ୍ତି ଯେ ତାଙ୍କ ବ୍ୟକ୍ତିତ୍ୱ ଅଭିନେତ୍ରୀମାନଙ୍କ ଭଳି ନୁହେଁ। ସେ କଳା ହେତୁ ଲୋକମାନେ ତାଙ୍କୁ ପରିହାସ କରୁଥିଲେ। ପ୍ରତିଦିନ ଅଡିସନ ଦିଏ, କେବେ ହାର ମାନେ ନାହିଁ। ତେବେ ବର୍ତ୍ତମାନ ସେ ବିଗ ବସ ପ୍ଲାଟଫର୍ମ ମାଧ୍ୟମରେ ନିଜର ଛାପ ଛାଡିବାକୁ ଚାହୁଁଛନ୍ତି।
ମାନ୍ୟା କୁଶୀନଗରର ବାସିନ୍ଦା। ତାଙ୍କ ପିତା ମୁମ୍ବାଇରେ ଏକ ଅଟୋ ରିକ୍ସା ଚଳାଉଛନ୍ତି। ଝିଅ ମିସ ଇଣ୍ଡିଆ ରନର୍‌ ଅପ ଟାଇଟଲ ଜିତିବା ପରେ ମଧ୍ୟ ତାଙ୍କ ପିତା ଅଟୋ ଚଳାନ୍ତି। ତାଙ୍କ ମାତାପିତା ସେମାନଙ୍କ ଝିଅ ଉପରେ କୌଣସି ବୋଝ ଦେବାକୁ ଚାହୁଁନାହାଁନ୍ତି।

Share