କାର୍ଡ ବାଣ୍ଟିଲେ ବିଧାୟକ

ବାସୁଦେବପୁର,୧୨ା୩(ନାରାୟଣ ପ୍ରସାଦ ବାରିକ୍‌):ବାସୁଦେବପୁର ନୀଳମଣି ଟାଉନହଲ୍‌ରେ ବ୍ଲକ ପ୍ରଶାସନ ପକ୍ଷରୁ ବିଏସ୍‌କଓ୍ବୋଇ ନବୀନ କାର୍ଡ ବଣ୍ଟନ ଉତ୍ସବ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ୨୦ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରିଥିଲେ। ଏହା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ କାର୍ଯ୍ୟକ୍ରମର ଲକ୍ଷ୍ୟ, ଆଭିମୁଖ୍ୟ ବାବଦରେ କହିଥିଲେ। ବିଡିଓ ସଞ୍ଜୀବ କୁମାର ସାହୁ, ଏଇଇ ଅନିଶ ସୁବୁଦ୍ଧିରାୟ ଉପସ୍ଥିତ ଥିଲେ। ବ୍ଲକର ମୋଟ ୫୩୦୦ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୧୬ଜଣଙ୍କ ପାଇଁ ଏହି କାର୍ଡ ବ୍ଲକ ପ୍ରଶାସନ ପାଖରେ ପହଞ୍ଚତ୍ଥିବା ଜଣାଯାଇଛି।

Share