Categories: ଜାତୀୟ

ମୁଖ୍ୟମନ୍ତ୍ରୀ ହେବାପାଇଁ ଇଚ୍ଛା ପ୍ରକାଶ କଲେ ବିଧାୟକ: ଉପମୁଖ୍ୟମନ୍ତ୍ରୀ ଦେଲେ ଏମିତି ଜବାବ

ବେଙ୍ଗାଲୁରୁ,୨।୯: କଂଗ୍ରେସ ବିଧାୟକ ତଥା ପ୍ରଶାସନିକ ସଂସ୍କାର ଆୟୋଗର ଅଧ୍ୟକ୍ଷ ଆର.ଭି ଦେଶପାଣ୍ଡେ କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ମୁଖ୍ୟମନ୍ତ୍ରୀ ପଦ ଖାଲି ନାହିଁ। ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ରହିବେ ବୋଲି ସେ କହିଛନ୍ତି।
ରବିବାର କଂଗ୍ରେସର ଆର.ଭି ଦେଶପାଣ୍ଡେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ଉପରେ ଶିବକୁମାର କହିଛନ୍ତି, କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦ ଖାଲି ନାହିଁ। ସିଦ୍ଧରମୈୟାଙ୍କ ନେତୃତ୍ୱରେ ସରକାର ଚାଲିଛି। ଯଦି ମୁଖ୍ୟମନ୍ତ୍ରୀ ପଦ ଖାଲି ହୋଇଥାନ୍ତା ତେବେ ଆମେ ଏହା ବିଷୟରେ ଆଲୋଚନା କରିଥାନ୍ତୁ। ଦେଶପାଣ୍ଡେ ଏହି ପଦବୀ ପାଇବା ଭୁଲ ନୁହେଁ, କିନ୍ତୁ ଗଣମାଧ୍ୟମ ଆଗରେ ଏପରି ଇଚ୍ଛା ପ୍ରକାଶ କରାଯିବା ଉଚିତ ନୁହେଁ। ସେ ଜଣେ ବରିଷ୍ଠ ତଥା ସମ୍ମାନିତ ନେତା।
ଯଦି କର୍ନାଟକ ହାଇକୋର୍ଟ ଏହି ମାମଲାରେ ବିରୋଧୀ ନିଷ୍ପତ୍ତି ଦିଅନ୍ତି ତେବେ ଦଳର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ଆମ ସପକ୍ଷରେ ରହିବ ଏବଂ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ରହିବେ।

କର୍ନାଟକର ମୁଦା ଜମି ଆବଣ୍ଟନ ସ୍କାମରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ ଅଗଷ୍ଟ ୧୬ରେ ପ୍ରଦୀପ କୁମାର ଏସପି, ଟିଜେ ଆବ୍ରହାମ ଏବଂ ସ୍ନେହାମୋଇଙ୍କ ଆବେଦନ ଉପରେ, ଦୁର୍ନୀତି ନିବାରଣ ଆଇନ, ୧୯୮୮, ଧାରା ୧୭ଏ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୨୧୮ ଅନୁଯାୟୀ,ସିଦ୍ଧରମୈୟାଙ୍କ ବିରୋଧରେ ମୋକଦ୍ଦମା ଚଳାଇବା ପାଇଁ ମଞ୍ଜୁରୀ ଦେଇଥିଲେ। ୨୦୨୩ ଅଗଷ୍ଟ ୧୯ରେ ସିଦ୍ଧରମୈୟା ଏହି ଆଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ।

Share