ମେଣ୍ଟକୁ ନେଇ ସାଙ୍ଘାତିକ୍‌ ତଥ୍ୟଦେଲେ ବିଧାୟକ

ଭୁବନେଶ୍ୱର,୯।୩: ରାଜ୍ୟରେ ବିଜେଡି-ଭାଜପା  ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚାଜୋର ଧରିଥିବା ବେଳେ ବିଜେଡି ବିଧାୟକ ଡାକ୍ତର ନୃସିଂହ ସାହୁ   ସାଙ୍ଘାତିକ୍‌ ବୟାନ ଦେଇଛନ୍ତି। ସେ ମେଣ୍ଟକୁ ନେଇ ଏପରି କିଛି କହିଛନ୍ତି ଯାହା ମେଣ୍ଟକୁ ନେଇ  ଦଳଆଗ୍ରହୀ ଥିବା ସ୍ପଷ୍ଟ ହେଉଛି।
ସାହୁ କହିଛନ୍ତି, ମେଣ୍ଟ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ମେଣ୍ଟ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ଦଳ ତାହା ମାନିବ। ମେଣ୍ଟ ହେଲେ ବିଦ୍ରୋହୀ ବାହାରିଲା ଭଳି ଲାଗୁନି। ସିଟ୍‌ କଟିବ କିନ୍ତୁ ବିଦ୍ରୋହୀ ହେବା ଭଳି ଲାଗୁନି। ଯେଉଁମାନେ ବିଜେଡି ପ୍ରତି ବିଶ୍ୱସ୍ତ ସେମାନେ ଦଳରେ ରହିବେ।
ନୃସିଂହ ସାହୁ ଆହୁରି କହିଛନ୍ତି, ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି ମେଣ୍ଟ କରିବା ପାଇଁ ଆଗ୍ରହୀ ହୋଇଛି ବା ରାଜି ହୋଇଛି। କେନ୍ଦ୍ର ସହ ଭଲ ବୁଝାମଣା ରହିଲେ ରାଜ୍ୟର ବିଭିନ୍ନ ସୁବିଧା ହେବ ବୋଲି ଆଶା ଅଛି। ଲାଭ ପାଇଁ ହିଁ ମେଣ୍ଟ ହୁଏ । ସେ ଏହା ମଧ୍ୟ କହିଛନ୍ତି, ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ଆସନରେ ଜିତିବ । ମାତ୍ର ମେଣ୍ଟ ହେଲେ କେତେ ଆସନରେ ବିଜେଡି ଲିଢ଼ିବ ସେନେଇ  ସେ କିଛି କହି ନାହାନ୍ତି। ଏହି ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେବେ ବୋଲି ସେ କହିଛନ୍ତି।
Share