ଲୋକଙ୍କ ନିକଟତର ହୋଇ କାର୍ଯ୍ୟ କରିବାକୁ ବିଧାୟକ ଦେଲେ ଗୁରୁମନ୍ତ୍ର

ପୁରୁଷୋତ୍ତମପୁର,୨୫ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭୂତସିଙ୍ଗି ପଞ୍ଚାୟତର କଇଠଡ଼ା ଗ୍ରାମରେ ଭାଜପାର ସାଂଗଠନିକ ବୈଠକ ଯୁବନେତା ସୀତାରାମ ପାଣିଗ୍ରାହୀଙ୍କ ସଂଯୋଜନାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ରହିଥିବା ପୁରୁଷୋତ୍ତମପୁର ବ୍ଲକର ୧୧ଟି ପଞ୍ଚାତର ଆଗଧାଡ଼ିର କର୍ମୀମାନେ ଯୋଗ ଦେଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ ଯୋଗଦେଇ ପ୍ରତ୍ୟେକ ପଞ୍ଚାୟତର ଗ୍ରାମଗୁଡ଼ିକରେ କିପରି ବିକାଶ ହେବ। ଲୋକଙ୍କ ନିକଟତର ହୋଇ ସେମାନଙ୍କ କ’ଣ ମୌଳିକ ଆବଶ୍ୟକତା ରହିଛି ତାହାକୁ ବୁଝି ସମାଧାନ ଦିଗରେ ପଦକ୍ଷେପ ନେବା ସହ ନିର୍ବାଚନ ସମୟରେ ଯେପରି ଏକାଠି ରହି କାର୍ଯ୍ୟ କରୁଥିଲେ ସେପରି ସବୁଦିନ ଏକଠି ହୋଇ ରହି ମୋଦି ସରକାର ଓ ମୋହନ ସରକାରଙ୍କ ଜନହିତକର କାର୍ଯ୍ୟଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଏହା ସହ ପୂର୍ବ ବିଜେଡି ସରକାର କରିଥିବା ଘୋଟାଲା ଓ ଦୁର୍ନୀତିମୂଳକ କାର୍ଯ୍ୟର ଫର୍ଦ୍ଦାଫାଶ କରି ଲୋକଲୋଚନକୁ ଆଣିବାକୁ ଆହ୍ବାନ ଦେଇଥିଲେ। ଏଥିରେ ସୀତାରାମ ପାଣିଗ୍ରାହୀ,ପାଣ୍ଡିଆ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା, ଭୂତସରସିଙ୍ଗି ସରପଞ୍ଚ ମନୋଜ ଦାଶ, ସନ୍ତୋଷ ସେଠୀ, ପବିତ୍ର ସାବତ,ପଦ୍ମଚରଣ ନାୟକ, କିଶୋର ପରିଡ଼ା,ହରପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ଦଳୀୟ ସାଂଗଠନିକ ସୁଦୃଢ଼ କରିରଖିବା ଓ ଜନକଲ୍ୟାଣ ଲାଗି ବିଭିନ୍ନ ପରାମର୍ସମାନଦେଇଥିଲେ। ଏଥିରେ ଶତାଧିକ ଭାଜପା କର୍ମୀ ଯୋଗଦେଇଥିଲେ।