Posted inରାଜ୍ୟ

ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲର ଉନ୍ନତୀକରଣ ହେଉ, ଜିଲା ବିକାଶ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ଜଗତ୍‌ସିଂହପୁର, ୨୨ା୧୦(ପ୍ରମୋଦ କୁମାର ନାୟକ): ଓଡ଼ିଆ ମହାଭାରତର ରଚୟିତା ହେଉଛନ୍ତି ଆଦିକବି ସାରଳା ଦାସ। ଜଗତ୍‌ସିଂହପୁର ଜିଲାରେ ଜନ୍ମିତ ଏହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜିଲା ମୁଖ୍ୟାଳୟରେ ଏ ପର୍ଯ୍ୟନ୍ତ ଗୋଟିଏ ବି ପ୍ରତିମୂର୍ତ୍ତି ସ୍ଥାପନ ହୋଇ ପାରିନାହିଁ। ଜଗତ୍‌ସିଂହପୁର ସହରରେ ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କେବଳ ଏତିକି ନୁହେଁ, ଜିଲା ବିଶେଷକରି ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଧାୟକ ପଦକ୍ଷେପ ନେଇଛନ୍ତି। ସେ ଏ ସମ୍ପର୍କରେ ଏକାଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କଠାରୁ ଆବଶ୍ୟକ ପରିମାଣର ଅନୁଦାନ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ପୂର୍ବ ସରକାର ସମୟରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଏକ ଜିଲା ପାଠାଗାର ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଅନୁଦାନ ଅଭାବରୁ ଏହା ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ଏହାକୁ ପୂର୍ଣ୍ଣସହ ସୁନ୍ଦର କରିବାକୁ ହେଲେ ପାଣ୍ଠି ଯୋଗାଇ ଦେବାକୁ ବିଧାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀକୃଷ୍ଣ (ଏସ୍‌.କେ.) ଏକାଡେମୀ ଜଗତ୍‌ସିଂହପୁର ଜିଲାର ଏକ ପୁରୁଣା ତଥା ସୁନାମଧନ୍ୟ ଶିକ୍ଷାନୁଷ୍ଠାନ। ଏହି ଉଚ୍ଚ ବିଦ୍ୟାଳୟ ଦୀର୍ଘ ୮୯ ବର୍ଷ ମଧ୍ୟରେ ଅନେକ ପ୍ରତିଭା ସୃଷ୍ଟି କରିଛି। ଯେଉଁମାନେ କେବଳ ଜିଲା କି ରାଜ୍ୟ ନୁହେଁ, ଦେଶ ଏପରି କି ବିଦେଶରେ ମଧ୍ୟ ସୁନାମ ଆଣି ପାରିଛନ୍ତି। କିନ୍ତୁ ଦୁଃଖର କଥା ହେଲା ଏହି ଶିକ୍ଷାନୁଷ୍ଠାନ ପାର୍ଶ୍ୱରେ ରହିଥିବା ଖେଳ ପଡିଆ ଚାରିପଟେ ଏ ପର୍ଯ୍ୟନ୍ତ ପାଚେରି ନିର୍ମାଣ ହୋଇପାରିନାହିଁ। ଯେଉଁ କାରଣରୁ ପଡ଼ିଆଟି ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ଉଦ୍ଦେଶ୍ୟରେ ବିନିଯୋଗ ପରିବର୍ତ୍ତେ ଦୁରୁପଯୋଗ କରାଯାଉଛି। ଏହାର ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ।

ଏହି ପ୍ରସଙ୍ଗକୁ ବିଧାୟକ ଦାସ ଗୁରୁତର ସହ ନେଇଛନ୍ତି। ସେ ଏ ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ ପରିମାଣର ଅନୁଦାନ ଯୋଗାଇ ଦେବାକୁ ଚିଠି କରିଛନ୍ତି। ସେ ଏହି ଚିଠିରେ ଏକଥା ମଧ୍ୟ ଲେଖିଛନ୍ତି, ପାଚେରି ନିର୍ମାଣ ହୋଇଗଲେ କେବଳ ବିଦ୍ୟାଳୟ ପଡ଼ିଆ ସୁରକ୍ଷିତ ନୁହେଁ ପିଲାମାନଙ୍କୁ ଖେଳ, କୁଦ କରିବା ପାଇଁ ଭରପୂର ସୁଯୋଗ ମିଳିବ। ଜାତୀୟ କବି ବୀରକିଶୋରଙ୍କୁ ନେଇ ଜଗତ୍‌ସିଂହପୁରବାସୀ ଗର୍ବ ଅନୁଭବ କରନ୍ତି। କାରଣ ଏକଦା ବୀରକିଶୋର ଦାସଙ୍କ କଲମ ମୁନରୁ ନିଃସୃତ କ୍ରାନ୍ତିକାରୀ ସଙ୍ଗୀତ ଜନ ଜାଗରଣ ସୃଷ୍ଟି କରୁଥିଲା। ସ୍ବାଧୀନତା ଆନ୍ଦୋଳନରେ ତାଙ୍କ ଅବଦାନ ଅତୁଳନୀୟ। ଯେଉଁ କାରଣରୁ ସେ ସବୁବେଳେ ନମସ୍ୟ। ତେଣୁ ସ୍ଥାନୀୟ ପୁନଙ୍ଗସ୍ଥିତ ବୀରକିଶୋର ଦାସ ପାର୍କର ଉନ୍ନତୀକରଣ ସାଙ୍ଗକୁ ତାଙ୍କ ଜନ୍ମ ସ୍ଥାନରେ ଥିବା ପ୍ରତିମୂର୍ତ୍ତିର ପୁନରୁଦ୍ଧାର କରାଯାଉ। ଏହା ହୋଇପାରିଲେ ପରବର୍ତ୍ତୀ ପୀଢ଼ି ଜଗତ୍‌ସିଂହପୁର ତଥା ରାଜ୍ୟ ପାଇଁ ଥିବା ତାଙ୍କ ଅବଦାନ କଥା ମନେରଖିପାରିବେ ବୋଲି ଉଲ୍ଲେଖ କରି ବିଧାୟକ ଦାସ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ଚିଠି କରିଛନ୍ତି। ବିଧାୟକ ଦାସ ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲର ଉନ୍ନତୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଉଲ୍ଲେଖ କରିଛନ୍ତି ଯେ, ଏହି ଜଙ୍ଗଲ ପରିସୀମାରୁ ନିକଟସ୍ଥ ବ୍ରାହ୍ମଣବାଡ଼ି ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ କରାଯିବାର ଆବଶ୍ୟକତା ଦେଖାଦେଇଛି।

ଏଥିସହ ଜଙ୍ଗଲ ପାର୍ଶ୍ୱ ନଦୀ କୂଳରେ ପାଚେରି ନିର୍ମାଣ ହେଉ। ଏହା ହୋଇପାରିଲେ ଜଙ୍ଗଲ ସାଙ୍ଗକୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ହୋଇପାରିବ। ଜବରଦଖଲକାରୀଙ୍କ କବଳରୁ ମୁକ୍ତ ସହ ପରିବେଶ ସୁରକ୍ଷିତ ରହିପାରିବ। ଅନୁରୂପ ଭାବେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ନଦୀ କୂଳରେ ଜଙ୍ଗଲ କଟେଜ୍‌ ନିର୍ମାଣ ହେଲେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ଫରେଷ୍ଟ ଇନ୍‌ସ୍ପେକ୍ସନ ବଙ୍ଗଳା ନିର୍ମାଣ ହେବା ଉଚିତ। ସେହିପରି ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମର ଉନ୍ନତୀକରଣ ଆବଶ୍ୟକ। ଏହି ପରିସର ପଡ଼ିିଆର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳ ସ୍ପ୍ରିଙ୍କଲର ବ୍ୟବସ୍ଥା, ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ୍‌, ବୃତ୍ତିଗତସ୍ତରର ତାଲିମ୍‌ ପାଇଁ ଏକ ମାନବ ଆଥଲେଟିକ୍ସ ଟ୍ରାକ୍‌ ନିର୍ମାଣ ଜରୁରୀ। ବିଭିନ୍ନ ପ୍ରତିଯୋଗିତା, ଭଲି ବଲ୍‌ କୋର୍ଟ ପ୍ରତିଷ୍ଠା, ଫିଟନେସ୍‌ ଏବଂ ଶାରୀରିକ ତାଲିମକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମ ପରିସରରେ ଇନଡୋର ଜିମ ନିର୍ମାଣ ହେବା ଆବଶ୍ୟକ। ରାତିରେ ଷ୍ଟାଡିୟମ ପରିସରକୁ ଆକର୍ଷଣୀୟ କରିବା ପାଇଁ ଏହି ପରିସରରେ ଉଚ୍ଚ ମାନର ଆଲୋକ ବ୍ୟବସ୍ଥା ହେବା ଉଚିତ। କ୍ରୀଡାବିତ୍‌ ଓ ଦର୍ଶକଙ୍କ ନିରାପଦ ତଥା ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଦାସ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଋତୁସ୍ରାବ ପାଇଁଁ ମିଳିବ ୧୨ଦିନ ଛୁଟି

ଭୁବନେଶ୍ୱର,୨୨।୧୦: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଋତୁସ୍ରାବ ପାଇଁ ଏବେ ଦିନେ ନୁହେଁଁ ମିଳିବ ୧୨ଦିନ ଛୁଟି। ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି...

ଘଡିକି ଘଡି ବଦଳିବ ଦିଗ! ବିଶେଷଜ୍ଞ ତାଜୁବ…

ଭୁବନେଶ୍ୱର,୨୨।୧୦: ବଳୁଆ ହେଉଛି ବାତ୍ୟା ଦାନା। ଆସନ୍ତାକାଲି ଅର୍ଥାତ୍‌ ୨୩ରୁ ୨୫ଯାଏଁ ତିନି ଦିନ ଧରି ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ...

ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ)-ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପଥଗାଡିଆ ଅଞ୍ଚଳର ସୁଶାନ୍ତ ବେହେରା...

ଜେଲରେ ଏ କ’ଣ ଚାଲିଛି ! ହାତରେ ଛୁରୀ ଧରି କଏଦୀ କଲେ ଭିଡିଓ ଶୁଟ୍‌, ଭାଇରାଲ ପରେ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଚାଲୁଛି ଅପରାଧୀଙ୍କ ରାଜୁତି। ଜେଲ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। ଏପରିକି...

ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ବିଧାୟକମାନେ…

ଭୁବନେଶ୍ୱର,୨୨।୧୦: ସମୁଦ୍ର ଭିତରେ ବଳ ଗୋଟାଇ ୭ କିମି ବେଗରେ ମାଡି ଆସୁଛି ବାତ୍ୟା ଦାନା। ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ...

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, କାଲି ସ୍ଥାନାନ୍ତର ହେବେ ଲୋକେ: ମନ୍ତ୍ରୀ

ଭୁବନେଶ୍ୱର,୨୨।୧୦: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ମୁକାବିଲାକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ତେବେ ଏହାର ପ୍ରସ୍ତୁତି...

ମଝିରାତିରେ ଲ୍ୟାଣ୍ଡଫଲ୍‌! ୭ କିମି ବେଗରେ ମାଡି ଆସୁଛି…

ଭୁବନେଶ୍ୱର,୨୨।୧୦: ମାଡିଆସୁଛି ଦାନା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଥିଲା। ଏବେ ତାହା...

Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri