ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି। ଏନେଇ ଜିଲାର ଚାଷୀମାନେ ବିଭିନ୍ନ ସ୍ଥାନରେ ନିଜ ଅସନ୍ତୋଷ ପ୍ରକାଶ କରି ରାସ୍ତାରୋକୋ କରି ଆନ୍ଦୋଳନ କରିଛନ୍ତି। ଜିଲାପାଳଙ୍କୁ ମଧ୍ୟ ଜଣାଇଛନ୍ତି। ଶୁକ୍ରବାର ସ୍ଥାନୀୟ ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ ଜିଲାର ବିଭିନ୍ନ ବ୍ଲକ ଗସ୍ତ କରି ଚାଷୀଙ୍କ ନିକଟରେ ପହଞ୍ଚତ୍ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏଥିସହ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଫୋନ କରି କଥା ହୋଇ ବିଧାୟକ ଚାଷୀଙ୍କ ସମସ୍ୟା ଜଣାଇଥିଲେ। ଏହି ସମୟରେ ଜିଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଗୋସାଣି ବ୍ଲକ ଅଧ୍ୟକ୍ଷ ଏସ. ଭିରରାଜୁ ଉପସ୍ଥିତ ଥିଲେ।

Share