ଛତ୍ରପୁର,୨୪।୪(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ତୀର୍ଥଯାତ୍ରୀ ବସ ପୁରୀରୁ ତାମିଲନାଡୁ ଫେରୁଥିଲା। ଆହତ ମାନଙ୍କୁ ଛତ୍ରପୁର ହସ୍ପିଟାଲରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଭେଟିବା ସହ ଡାକ୍ତରଙ୍କ ସହ କଥା ହୋଇ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଦୁର୍ଘଟଣାଗ୍ରସ୍ତ ବସକୁ ଛତ୍ରପୁର ବସଷ୍ଟାଣ୍ଡକୁ ଅଣାଯାଇଛି। ଏଠାରେ ତାମିଲନାଡୁର ଅନ୍ୟ ତୀର୍ଥଯାତ୍ରୀଙ୍କୁ ରହିବା ଓ ଖାଇବା ବ୍ୟବସ୍ଥା ଜ଼ିଲା ପ୍ରଶାସନ ପକ୍ଷରୁ କରାଯାଇଛି। ଛତ୍ରପୁର ଉପଜ଼ିଲାପାଳ ନୀଳମାଧବ ଭୋଇ ତୀର୍ଥଯାତ୍ରୀଙ୍କ ସୁବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।