ଯାତ୍ରୀବାହୀ ବସ୍‌ ପୋଡ଼ିଲେ ମାଓବାଦୀ

ମାଲକାନଗିରି,୨।୪(ଡି.ଏନ.ଏ.): ମାଓବାଦୀ କ୍ରମାଗତ ଭାବେ ଛତିଶଗଡ଼ ରାଜ୍ୟରେ ହିଂସା ଘଟାଇ ଚାଲିଛନ୍ତି। ନିକଟରେ ସେମାନେ ରାସ୍ତା କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ୧୦ଟି ଗାଡି ପୋଡ଼ିଦେଇଥିଲେ। ଶୁକ୍ରବାର ଏକ ଗ୍ରାମରେ ଥିବା ମୋବାଇଲ ଟାଓ୍ବାର ପୋଡ଼ିଥିବା ବେଳେ ଶନିବାର ସେମାନେ ଏକ ଯାତ୍ରୀବାହୀ ବସ୍‌ରେ ନିଅଁା ଲଗାଇ ପୋଡିଦେଇଛନ୍ତି। ଭୋର ସମୟରେ ନାରାୟଣପୁରରୁ ଦାନ୍ତେୱାଡାକୁ ଯାଉଥିବା ଏକ ଯାତ୍ରୀବାହୀ ବସ୍‌କୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ ମାଲେବାହି- ବାଦଲି ସିଆରପିଏଫ କ୍ୟାମ୍ପଠାରୁ ଅଳ୍ପ ଦୂରରେ ଅଟକାଇ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ବସ୍‌ଟି ଦାନ୍ତେୱାଡା ଜିଲାର ବସ୍ତରସ୍ଥିତ ଏକ ଟ୍ରାଭେଲର୍ସ ସଂସ୍ଥାର ବୋଲି ଜଣାପଡିଛି। ଏହି ସମୟରେ ମାଓବାଦୀମାନେ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ ମାରିଛନ୍ତି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି l

Share