ମାଲକାନଗିରି,୧୧ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ଶୁକ୍ରବାର ମାଓବାଦୀମାନେ ନିଜର ସ୍ଥିତି ଜାହିର କରିବାକୁ ଯାଇ ଏକ ଡମ୍ଫର ଗାଡିରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଦାନ୍ତେୱାଡାର କିରାଣ୍ଡୁଲରେ ଥିବା ୧୪ ନମ୍ବର ଡମ୍ପିଂୟାର୍ଡ ଅଞ୍ଚଳରେ କେତେ ଜଣ ସଶସ୍ତ୍ର ମାଓବାଦୀ ପହଞ୍ଚତ୍ ଏନ୍ଏମ୍ଡିସି ପକ୍ଷରୁ କାର୍ଯ୍ୟରେ ନିୟୋଜିତ ଏକ ଡମ୍ଫରରେ ନିଆଁ ଲଗାଇ ଦେଇଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ହିଁ ଏହି ଡମ୍ପର କାର୍ଯ୍ୟରେ ନିୟୋଜିତ ହେବାକୁ ଆସିଥିଲା। ଖବର ପାଇ କିରାଣ୍ଡୁଲ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।