ମୋବାଇଲ ବ୍ୟାଟେରି ଫାଟି ନାବାଳକ ଗୁରୁତର

ଡାବୁଗାଁ, ୧୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଛେରାଗୁଡା ଗ୍ରାମରେ ମୋବାଇଲ ବ୍ୟାଟେରି ଫାଟି ବୈଦ୍ୟନାଥ ଭତ୍ରାଙ୍କ ପୁଅ ଅନନ୍ତ (୭) ଆହତ ହୋଇଛନ୍ତି। ନବରଙ୍ଗପୁର ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ଅନନ୍ତ ଘର ବାହାରେ ପଡିଥିବା ଏକ ମୋବାଇଲ ବ୍ୟାଟେରିକୁ ଧରି ଖେଳୁଥିଲେ। ସେ ବ୍ୟାଟେରିକୁ ପଥରରେ ଛେଚିବାରୁ ତାହା ହଠାତ୍‌ ଫାଟିଯାଇଥିଲା। ଏହି ବିସ୍ଫୋରଣରେ ନାବାଳକଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି। ଏଥିସହ ତାଙ୍କ ପେଟ ଓ ନାକରେ ମଧ୍ୟ କ୍ଷତ ସୃଷ୍ଟି ହୋଇଛି। ଅନନ୍ତଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓ ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

Share