ଜୁଲାଇରେ ପୂର୍ଣ୍ଣାଙ୍ଗ ନୁହେଁ କାମଚଳା ବଜେଟ ଆଣିବେ ମୋହନ ସରକାର

ଭୁବନେଶ୍ୱର,୨୧।୬: ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଆସନ୍ତା ଜୁଲାଇ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ(ଲେଖାନୁଦାନ) ବିଧାନସଭାରେ ଉପସ୍ଥାପନ କରିବେ । ପ୍ରଥମଥର ପାଇଁ ସରକାର ଗଢିଥିବା ଭାଜପା ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ ପରିବର୍ତ୍ତେ କାମଚଳା ବଜେଟ ଆଣିବ ବୋଲି ଜଣାପଡିଛି।

ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଣିବା ପୂର୍ବରୁ କାମଚଳା ଆଗତ କରାଯିବ । ପୂର୍ବର ସରକାର ଚଳିତ ଆର୍ଥିକ ବର୍ଷର ଜୁଲାଇ ମାସ ପର୍ଯ୍ୟନ୍ତ କାମଚଳା ବଜେଟ ଆଗତ କରିଥିଲେ । ଆମେ ଆଉ ଏକ ଏପରି ବଜେଟ ଆଗତ କରିବୁ । ତା’ପରେ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଆସିବ । ସଂସଦରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା ପରେ ହିଁ ଓ ଭାଜପା ସରକାର ନିଜର ପ୍ରଥମ ବଜେଟ ଉପସ୍ଥାପନ କରିବେ । କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ପାଣ୍ଠି ଆବଣ୍ଟନକୁ ଦେଖିବା ପରେ ରାଜ୍ୟ ବଜେଟ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

ଶ୍ରୀ ସିଂହଦେଓ ଜିଏସଟି କାଉନସିଲ ବୈଠକ ଓ କେନ୍ଦ୍ରୀୟ ପ୍ରାକ ବଜେଟ ଆଲୋଚନା ଉପରେ ରାଜ୍ୟ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଆଜି ନୂଆଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

Share