୯ ତାରିଖ ଏହି ସମୟରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୮।୧୦: ‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୯ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ମହିଳାଙ୍କୁ ଏହି ଟଙ୍କା ମିଳିବାକୁ ଯାଉଥିବାରୁ ଉତ୍ସାହ ବଢ଼ି ଚାଲିଛି। ଏମିତିରେ କେଉଁ ସମୟରେ ଏହି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡ଼ାଯିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ପ୍ରଭାତୀ କହିଛନ୍ତି ଯେ, ସମୀକ୍ଷା ମୁତାବକ ପ୍ରତ୍ୟହ ୩୦ ହଜାର ମହିଳା ଯୋଡ଼ି ହେଉଛନ୍ତି। ଯେହେତୁ ୧ କୋଟି ମହିଳା ଯୋଡ଼ି ହୋଇଛନ୍ତି, ଆଗକୁ ଏହି ସଂଖ୍ୟା କମିପାରେ। ହେଲେ ଯେଉଁଭଳି ଭାବେ ସାଧାରଣ ଘରର ମହିଳା ଯୋଜନାକୁ ଗ୍ରହଣ କରିଛନ୍ତି, ଏହା ତାଙ୍କ ସମୃଦ୍ଧିର ଏକ ବଡ଼ କାରଣ ହେବ। କେବଳ ଏତିକି ନୁହେଁ କମ୍‌ ଦିନ ମଧ୍ୟରେ ଯୋଜନାରେ ସାମିଲ ହେବାକୁ ଯେଉଁଭଳି ଭାବେ ଆବେଗ ଦେଖିବାକୁ ମିଳୁଛି ସୌଭାଗ୍ୟର କଥା। ଏବେ ‘ଘରେ ଘରେ ସୁଭଦ୍ରା’ ଏକ ସ୍ଲୋଗାନରେ ପରିଣତ ହୋଇଛି। ତେବେ ୯ ତାରିଖ ଅପରାହ୍ନ ୧୨ଟା ସୁଦ୍ଧା ଟଙ୍କା ମହିଳାଙ୍କ ଆକାଉଣ୍ଟରେ ପହଞ୍ଚିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ଗୌରବ, ଦମନକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୮।୧୦: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି। ଦିଲ୍ଲୀ...

୧୩ ଥାନାରେ ନାହିଁ ସିସିଟିଭି

ଭୁବନେଶ୍ୱର,୮।୧୦: ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ବେଳେ ବଡ଼ ବୟାନ ଦେଇଛନ୍ତି ଏଡିଜି ଦୟାଲ ଗଙ୍ଗୱାର୍‌। ୧୩ଟି ଥାନାରେ ସିସିଟିଭି ନ ଥିବା ଗଙ୍ଗୱାର୍‌...

ସାବଧାନ ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ…

କଟକ,୮।୧୦: ନକଲିର ଗନ୍ତାଘର କଟକ ସହର। ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ଦଶହରା...

ଯନ୍ତ୍ରୀଙ୍କ ଆଖିଖୋସି ହୋଇଗଲା ଭଳି ସମ୍ପତି : କୋଟି କୋଟି ଟଙ୍କାର….

ଭୁବନେଶ୍ୱର,୮।୧୦: ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୩୩୦୦ ବର୍ଗଫୁଟର...

Subhadra Yojana: ଦ୍ୱିତୀୟ ଥର ବି ଖାତାକୁ ‘ସୁଭଦ୍ରା ଟଙ୍କା’ ନ ଆସିଲେ କ’ଣ କରିବେ ହିତାଧିକାରୀ? ଜାଣିନିଅନ୍ତୁ…

ଭୁବନେଶ୍ୱର,୮।୧୦: ବୁଧବାର ଅର୍ଥାତ ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଦଶହରା ସମୟ ଥିବାରୁ ଏନେଇ ମହିଳାଙ୍କ ମଧ୍ୟରେ...

ଜଙ୍ଗଲରୁ ମିଳିଲା ହାତୀର ମୃତଦେହ: ଗୋଟିଏ ଦାନ୍ତ କାଟି ନେଇଥିବା ସୂଚନା

ବଲାଙ୍ଗୀର,୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି। ହେଲେ ମୃତ ହାତୀର ଗୋଟିଏ...

ନବୀନ ପଟ୍ଟନାୟକଙ୍କ ନୋମିନି ଘୋଷଣା: ଜାଣନ୍ତୁ କିଏ ହେଲେ…

ହିଞ୍ଜିଳିକାଟୁ, ୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri