ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ମାଙ୍କଡ ଟୋଲ ଗେଟରେ ପଶି ଟୋଲ କର୍ମଚାରୀଙ୍କଠାରୁ ଟଙ୍କା ନେଇଯାଉଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଟୋଲ ଗେଟ ନିକଟରେ ଏକ କାର ଆସି ରହୁଛି। ସେହି ସମୟରେ କାର ଭିତରୁ ଏକ ମାଙ୍କଡ ବାହାରି ଟୋଲ ଅଫିସ ଭିତରେ ପଶି ଡ୍ରରେ ଥିବା ଟଙ୍କା ନେଇଯାଉଥିବା ଦେଖାଯାଇଛି। ଏହି ଭିଡିଓକୁ When Animal Attack ପକ୍ଷରୁ ଟୁଇଟ କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।