ଉତ୍ତରପ୍ରଦେଶର ରାମପୁରରେ ଏକ ମାଙ୍କଡ଼ ଜଣେ ଓକିଲଙ୍କ ହାତରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇ ଗଛରେ ଚଢ଼ିଗଲା। ଆଉ ତା’ ପରେ ନୋଟ୍ଗୁଡ଼ିକୁ ଉଡ଼ାଇବାରେ ଲାଗିଲା। ଶାହାବାଦ ଥାନା ଅଞ୍ଚଳରେ ମାଙ୍କଡ଼ଟି ଏପରି କାଣ୍ଡ ଘଟାଇଛି। ବିନୋଦ ବାବୁ ନାମକ ଜଣେ ଓକିଲ ଟଙ୍କା ବ୍ୟାଗ୍ ଧରି ଛିଡ଼ା ହୋଇଥିଲେ। ଏହି ସମୟରେ ଗଛରେ ବସିଥିବା ଏକ ମାଙ୍କଡ଼ ତଳକୁ ଓହ୍ଲାଇ ତାଙ୍କ ହାତରୁ ଟଙ୍କା ବ୍ୟାଗ୍ଟି ଛଡ଼ାଇ ନେଇ ଗଛ ଉପରକୁ ଚଢ଼ିଯାଇଥିଲା। ଏହା ପରେ ୫୦ ହଜାର ଟଙ୍କାକୁ ଠିକ୍ରେ ତଳକୁ ଫିଙ୍ଗିଥିଲା। କିନ୍ତୁ ଆଉ ୫୦ ହଜାର ଟଙ୍କାକୁ ଏତେତେଣେ ଉଡ଼ାଇ ଦେଇଥିଲା।
ମାଙ୍କଡ଼ର ଏପରି କାରନାମା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ମାଙ୍କଡ଼ ଏପରି ଟଙ୍କାକୁ ଉଡ଼ାଇଥିଲା ଯେ, ବିନୋଦ ସବୁ ଟଙ୍କା ପାଇ ନ ଥିଲେ। ୮୫୦୦ ଟଙ୍କା ଆଉ ସେ ପାଇ ନ ଥିଲେ। କିଛି ନୋଟ୍ ମାଙ୍କଡ଼ ଚିରି ମଧ୍ୟ ଦେଇଛି।