ଉତ୍ତର ପ୍ରଦେଶର କୁଶୀନଗର ଜିଲାର ପରଭରପାର ଗ୍ରାମରେ ଏକ ରୋଚକ ଘଟଣା ଘଟିଛି। କିଛି ମାସ ହେବ ଏହି ଗଁାରେ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଥିଲା। ଗୁରୁବାର ବନ ବିଭାଗର ଏକ ଦଳ ମାଙ୍କଡକୁ କାବୁ କରିବାରେ ସମର୍ଥ ହୋଇଛନ୍ତି। କିଛି ଦିନ ପୂର୍ବରୁ ମାଙ୍କଡ ଉପଦ୍ରବ ନେଇ ଗାଁର ଜଣେ ଯୁବକ ଫିଲ୍ମ ଅଭିନେତା ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ଏହାପରେ ଡିଏଫ୍ଓଙ୍କ ନିର୍ଦ୍ଦେଶରେ ବନ ବିଭାଗର ଏକ ଟିମ୍ ମାଙ୍ଗଡକୁ ଧରି ଜଙ୍ଗଲରେ ଛାଡିଥିଲେ। ପରଭରପାର ଗ୍ରାମର ବାସୁ ଗୁପ୍ତା ମାଙ୍କଡ ଧରିବା ପାଇଁ ସୋନୁ ଟୁଇଟ୍ କରିବା ପରେ ସେ ରିଟୁଇଟ୍ କରି କହିଥିଲେ, ଶେଷରେ ମାଙ୍କଡ ଧରିବା ବାକି ରହିଯାଇଥିଲା, ଠିକଣା ଦିଅ ଏହି କାମ ମଧ୍ୟ କରି ଦେଖିଦେବା। ଏହାପରେ ମାଙ୍କଡ ଧରିବା ଅଭିଯାନ ଆରମ୍ଭ ହୋଇଥିଲା।