Categories: ଜାତୀୟ

ପବନରେ ବ୍ୟାପୁଛି ‘ମଙ୍କିପକ୍ସ’ ଭାଇରସ!

ନୂଆଦିଲ୍ଲୀ,୯।୬: ଦେଶରେ ଏବେ ଚିନ୍ତା ବଢାଉଛି ‘ମଙ୍କିପକ୍ସ’ ଭାଇରସ। ପ୍ରାୟ ୨୯ ଦେଶର ୧୦୦୦ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ସାରିଲେଣି। ଏ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଏବେ ଏହି ଭାଇରସ ପବନରେ ବି ବ୍ୟାପୁଥିବା ନେଇ କୁହାଯାଉଛି।
ଏକ ରିପୋର୍ଟ ଅନୁଯାୟୀ, ଏହି ମଙ୍କିପକ୍ସ ଭାଇରସ କମ୍‌ ଦୂରତା ଯାଏ ପବନରେ ବ୍ୟାପିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଏଥିପାଇଁ ସମସ୍ତଙ୍କୁ ସର୍ଜିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ମଙ୍କିପକ୍ସ ଭାଇରସରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି ସିଡିସି କହିଛନ୍ତି। ଯେଉଁ ଦେଶରେ ମଙ୍କିପକ୍ସ ମାମଲା ସକ୍ରିୟ ରହିଛି, ସେଠାରେ ମାସ୍କ ପିନ୍ଧିବାକୁ ସିଡିସି ପରାମର୍ଶ ଦେଇଛନ୍ତି। ଏଥିସହ ଯେଉଁ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ଅଛନ୍ତି, ସେମାନଙ୍କ ପାଖରୁ ଘର ଲୋକଙ୍କୁ ଦୂରେଇ ରହିବାକୁ କୁହାଯାଇଛି। ତେବେ ମଙ୍କିପକ୍ସ ଭାଇରସ ପବନରେ ବ୍ୟାପିଛି ନା ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

Share