ଭୁବନେଶ୍ୱର,୧୬।୬(ବ୍ୟୁରୋ): ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲାକୁ ମୋସୁମୀ ବାୟୁ ସମ୍ପୂର୍ଣ ଭାବେ ଅଗ୍ରସର ହୋଇଥିବା ବେଳେ ନୂଆପଡା,କଳାହାଣ୍ଡି ଏବଂ ରାୟଗଡା ଜିଲାକୁ ଆଂଶିକ ଭାବେ ଅଗ୍ରସର ହୋଇଛି। ଏ ନେଇ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍ଡି)ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।
ସୂଚନାନୁସାରେ, ମାଲକାନଗିରି ଜିଲାରେ ୨୪ରୁ ୨୮ ମିଲିମିଟର, କୋରାପୁଟରେ ୪୬.୬ ମିଲିମିଟର, ନବରଙ୍ଗପୁରରେ ୪୬.୦ ମିଲିମିଟର, ନୂଆପଡ଼ାରେ ୩୯ ମିଲିମିଟର ଓ ରାୟଗଡ଼ାରେ ୩୦ରୁ ୪୦ ମିଲିମିଟର ବର୍ଷା ହୋଇଛି।
ଆଜି ଦକ୍ଷିଣ-ପଶ୍ଚିମ ମୋୖସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି | #କୋରାପୁଟ, #ମାଲକାନଗିରି, #ନବରଙ୍ଗପୁର ଜିଲ୍ଲାକୁ ମୋୖସୁମୀ ବାୟୁ ସମ୍ପୂର୍ଣ ଭାବେ ଅଗ୍ରସର ହୋଇଥିବା ବେଳେ #ନୂଆପଡା, #କଳାହାଣ୍ଡି ଏବଂ #ରାୟଗଡା ଜିଲ୍ଲାକୁ ଆଂଶିକ ଭାବେ ଅଗ୍ରସର ହୋଇଛି pic.twitter.com/eMnU5BSRM3
— Meteorological Centre, Bhubaneswar (@mcbbsr) June 16, 2022