Categories: ଜାତୀୟ

ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ  ଆରମ୍ଭ ହେବ। ସୁରୁଖୁରୁରେ ଗୃହ ଚଳାଇବା ନେଇ ରବିବାର ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ଚଳିତ ଅଧିବେଶନରେ କେନ୍ଦ୍ର ସରକାର ୨୪ଟି ବିଲ ଆଣିବେ। ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଗୃହରେ ହୋହଲ୍ଲା କରିବେ। ସେହିପରି ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି। ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ।

Share