Categories: ଜାତୀୟ

ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ: ଓମ ବିର୍ଲା

ନୂଆଦିଲ୍ଲୀ,୧୨ ।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସୋମବାର ଲୋକ ସଭା ସ୍ପିକର ଓମ ବିର୍ଲା ଏହା କହିଛନ୍ତି । ଏଥିରେ ମୋଟ ୧୯ କାର୍ଯ୍ୟ ଦିବସ ରହିବ । ବିର୍ଲା କହିଛନ୍ତି ସମସ୍ତ ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଭିଡ ନିୟମ ଅନୁଯାୟୀ ଅନୁମତି ମିଳିବ । ଆର୍‌ଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ ହୋଇ ନ ଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯିବ । ମୌସୁମୀ ଅଧିବେଶନରେ ବିରୋଧି ଶାସକଙ୍କୁ ଘେରିବ । ଏଥର ଉତ୍ତର ପ୍ରଦେଶ ବ୍ଲକ ପ୍ରମୁଖ ନିର୍ବାଚନରେ ହୋଇଥିବା ହିଂସା, ଟିକାକରଣରେ ମନ୍ଥରତା ଆଉ ପୁଣି କରୋନାର ତୃତୀୟ ଲହରକୁ ନେଇ ସରକାର କେତେ ପ୍ରସ୍ତୁତ ଏସବୁ ବିଷୟକୁ ନେଇ ବିରୋଧି ପ୍ରଶ୍ନ କରିପାରେ ବୋଲି ଅନୁମାନ କରାଯାଉଛି । ପୁଣିଥରେ ଗୃହରେ ନୂଆ କୃଷି ଆଇନକୁ ନେଇ ବି ମନ୍ଥନ କରାଯାଇ ପାରେ ।

Share