କରୋନା କଟକଣାରେ ମହିଳାମାନେ ଘରେ ରହି ବିଭିନ୍ନ ପ୍ରକାରର
କାମର ଚାପରେ ଚିନ୍ତିତ ହୋଇ ପଡୁଛନ୍ତି। ଫଳରେ ଧୀରେ ଧୀରେ ଅନେକଙ୍କ ଶରୀର ମଧ୍ୟ ଅସୁସ୍ଥ ହେଉଛି। ହେଲେ ଏ ପରିସ୍ଥିତିରେ କିଛି ଖାଦ୍ୟ
ଷ୍ଟ୍ରେସ୍ ଦୂର କରିବାରେ ସାହାଯ୍ୟ କରିବ…
ଫଳ: କମଳା, ମୈସମ୍ବି ଭଳି କେତେକ ଫଳରେ ଭିଟାମିନ୍-ସି ଓ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ତେଣୁ ଏହି ପ୍ରକାରର ଖାଦ୍ୟ ଷ୍ଟ୍ରେସ୍ ଦୂର କରିବାରେ ସକ୍ଷମ ହୋଇଥାଏ।
ଡାର୍କ ଚକୋଲେଟ୍: ମୁଡ୍ ଠିକ୍ କରିବା ପାଇଁ ଚକୋଲେଟ୍ ଏକ ଭଲ ବିକଳ୍ପ। ଚକୋଲେଟ୍ ଖାଇବା ଫଳରେ ଶରୀରରେ ଏକ ପ୍ରକାରର ଉପାଦାନ ବୃଦ୍ଧି ପାଇଥାଏ, ଯାହା ଷ୍ଟ୍ରେସ୍ ଦୂର କରିବାରେ ସାହାଯ୍ୟ କରିଥାଏ।
କଦଳୀ: କଦଳୀରେ ମହଜୁଦ ଥିବା ପୋଟାସିୟମ ବ୍ଲଡ ପ୍ରେସର କମ୍ କରିବାରେ ସାହାଯ୍ୟ କରେ। ଏଥିରେ ପ୍ରାକୃତିକ ଶର୍କରା ଥିବାରୁ ଫୁର୍ତ୍ତି ଲାଗିଥାଏ।
ପିସ୍ତା: ପିସ୍ତାରେ ଜିଙ୍କ୍ ଏବଂ ମ୍ୟାଗ୍ନେସିୟମ୍ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ସ୍ନାୟୁ ଠିକ୍ ରହିଥାଏ। ତେଣୁ ଚିନ୍ତିତ ଥିବା ସମୟରେ ପିସ୍ତା ଖାଇଲେ ରିଲାକ୍ସ ଲାଗିଥାଏ।
ଦହି: ରିସର୍ଚ୍ଚରୁ ଜଣାପଡ଼ିଛି, ପେଟରେ ଥିବା ବ୍ୟାକ୍ଟେରିଆ କାରଣରୁ ଷ୍ଟ୍ରେସ୍ ବଢ଼ିଥାଏ। ଦହି ଖାଇଲେ ସେସବୁ ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ। ତା’ଛଡା ଦହିରେ ପାଚନ ଶକ୍ତି ଅଧିକ ଥିବାରୁ ମସ୍ତିସ୍କରେ ଭଲ ପ୍ରଭାବ ପଡ଼ିଥାଏ ଓ ଷ୍ଟ୍ରେସରୁ ମୁକ୍ତି ମିଳିଥାଏ।