Categories: ଜାତୀୟ

ଆମ ଦେଶର ଏହି ରାଜ୍ୟରେ ସବୁଠୁ ଅଧିକ ଭିକାରି, ସବୁଠୁ କମ୍‌ ରହିଛି …

ନୂଆଦିଲ୍ଲୀ,୧୧।୩: ଆମ ଦେଶର ଅଧିକାଂଶ ରାଜ୍ୟରେ ଲୋକେ ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି। ଏହି ଭିକାରିଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ। ତେବେ ସବୁଠୁ ଅଧିକ ଭିକାରି ରହିଛନ୍ତି ପଶ୍ଚିମବଙ୍ଗରେ।

ଭିକାରିଙ୍କ ସଂଖ୍ୟାକୁ ନେଇ ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରଣାଳୟ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟରେ କୁହାଯାଇଛି, ଦେଶର ସବୁଠୁ ଅଧିକ ଭିକାରି ପଶ୍ଚିମବଙ୍ଗରେ ହିଁ ଅଛନ୍ତି। ପଶ୍ଚିମବଙ୍ଗରେ ଭିକାରିଙ୍କ ସଂଖ୍ୟା ୮୧,୨୪୪।

୨୦୧୧ ଜନଗଣନା ଅନୁଯାୟୀ, ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କୁହାଯାଇଥିଲା କି ଦେଶରେ ପ୍ରାୟ ୪,୧୩,୬୭୦ ଜଣ ଭିକାରି ଅଛନ୍ତି। ଏଥିରେ ୨,୨୧,୬୭୩ ପୁରୁଷ ଏବଂ ୧,୯୧,୯୯୭ ମହିଳା ଅଛନ୍ତି। ସେଥିମଧ୍ୟରୁ ପଶ୍ଚିମବଙ୍ଗରୁ ୮୧,୨୨୪। ଏହାପରେ ଉତ୍ତରପ୍ରଦେଶରେ ୬୫,୮୩୫, ଆନ୍ଧ୍ରପ୍ରଦେଶରେ ୩୦,୨୧୮, ବିହାରରେ ୨୯,୭୨୩, ମଧ୍ୟପ୍ରଦେଶରେ ୨୮,୬୯୫, ରାଜସ୍ଥାନରେ ୨୮,୮୫୩, ଦିଲ୍ଲୀରେ ୨,୧୮୭ ଭିକାରି ଥିବାବେଳେ ଚଣ୍ଡିଗଡ଼ରେ କେବଳ ୧୨୧ ଜଣ ଭିକାରି ଅଛନ୍ତି।

Share