Categories: ଫୁରସତ

ଦୁନିଆର ସବୁଠୁ ଭୟଙ୍କର ରେଳ ମାର୍ଗ

ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଯେ କୌଣସି ସ୍ଥାନକୁ ଯିବା ପାଇଁ ଟ୍ରେନ୍‌ ଏକ ଆରାମଦାୟକ ଏବଂ ଶସ୍ତା ପରିବହନ ଅଟେ। ଟ୍ରେନରୁ ପର୍ବତ, ଜଙ୍ଗଲ ଏବଂ ନଦୀ ସମେତ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ, ଏପରି ଅନେକ ରେଳ ମାର୍ଗ ଅଛି ଯେଉଁଥିରେ ଯାତ୍ରା ସମୟରେ ଭୟ ମଧ୍ୟ ଥାଏ। ସେଥିମଧ୍ୟରୁ ସାଲ୍‌ଟା ପୋଲଭେରିଲୋ।

ଆର୍ଜେଣ୍ଟିନାରେ ଏକ ରେଳ ମାର୍ଗ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ। ଏହି ରେଳ ମାର୍ଗର ନାଁ ସାଲ୍‌ଟା ପୋଲଭେରିଲୋ। ସାଲ୍‌ଟାରୁ ଚିଲି ପୋଲଭେରିଲୋ ସହିତ ଏହି ମାର୍ଗ ସଂଯୋଗ କରେ ଏବଂ ଏହାର ଲମ୍ବ ୨୧୭ କିଲୋମିଟର। ଏହା ବିଶ୍ୱର ସବୁଠୁ ଭୟଙ୍କର ରେଳ ମାର୍ଗ। ଏହା ୨୭ ବର୍ଷ ଧରି ନିର୍ମିତ ହୋଇଥିଲା। ୧୯୪୮ ମସିହା ପରଠାରୁ ଏହି ରେଳ ମାର୍ଗରେ ଟ୍ରେନ ଚାଲୁଛି। ଏହି ରେଳ ମାର୍ଗରେ ୨୯ଟି ବ୍ରିଜ୍‌ ଏବଂ ୨୧ଟି ସୁଡ଼ଙ୍ଗ ରହିଛି। ଯାହାକି ଅତ୍ୟନ୍ତ ବିପଦପୂର୍ଣ୍ଣ।

Share