Categories: ଫୁରସତ

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା

ରୋଡ୍‌ ଟ୍ରିପ୍‌ ସ୍ବତନ୍ତ୍ର ହୋଇଥାଏ, ଯେତେବେଳେ ଆପଣ ସାଙ୍ଗ କିମ୍ବା ପରିବାର ସଦସ୍ୟଙ୍କ ସହିତ ଏକ ଲଙ୍ଗ୍‌ ଡ୍ରାଇଭରେ ଯାଇଥାନ୍ତି। କିନ୍ତୁ ଯଦି ଆପଣ ବୋଲିଭିଆରେ ଅଛନ୍ତି, ତେବେ ଏଠାରେ ସବୁଠାରୁ ବିପଜ୍ଜନକ ରାସ୍ତାରେ ଗାଡ଼ି ଚଳାଇ ବାହାରକୁ ଯାଆନ୍ତୁ ନାହିଁ। କାରଣ ଏହା ଆପଣଙ୍କର ଶେଷ ଡ୍ରାଇଭ୍‌ ହୋଇପାରେ। ଆମେ ବୋଲିଭିଆର ଡେଥ୍‌ ରୋଡ୍‌ ବିଷୟରେ କହୁଛୁ, ଯାହା ଦୁନିଆର ସବୁଠାରୁ ବିପଜ୍ଜନକ ରାସ୍ତା ବୋଲି ବିବେଚନା କରାଯାଏ।

ଏହି ରାସ୍ତା ବିଷୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏକ ସମୟ ଥିଲା ଯେତେବେଳେ ପ୍ରତିବର୍ଷ ଏଠାରେ ୨୦୦ରୁ ୩୦୦ଲୋକ ମୃତ୍ୟୁବରଣ କରୁଥିଲେ। ଏହି କାରଣରୁ ଏହାକୁ ଡେଥ୍‌ ରୋଡ୍‌ କୁହାଯାଉଥିଲା। ପ୍ରାୟ ୭୦ କିଲୋମିଟର ଏହି ରାସ୍ତାରେ ଭୂସ୍ଖଳନ, କୁହୁଡ଼ି ଏବଂ ଭୁଶୁଡ଼ି ପଡ଼ିବାର ବିପଦ ସବୁବେଳେ ରହିଥାଏ। ରାସ୍ତାଟି କେବଳ କିଛି ବାଟ ପର୍ଯ୍ୟନ୍ତ ୧୦ ଫୁଟରୁ ଅଧିକ ଚଉଡ଼ା, ବାକିଗୁଡ଼ିକ ସଂକୀର୍ଣ୍ଣ।

୧୯୩୦ ଦଶକରେ ପାରାଗୁଏ ଏବଂ ବ୍ରାଜିଲ ମଧ୍ୟରେ ଚାଲିଥିବା ଚାକୋ ଯୁଦ୍ଧରେ ବନ୍ଦୀ ହୋଇଥିବା ପାରାଗୁଏ କଏଦୀମାନେ ଏହି ରାସ୍ତା ନିର୍ମାଣ କରିଥିଲେ। ସେ ପାହାଡ଼ କାଟି ଏହାକୁ ତିଆରି କରିଥିଲେ। ଏହି ରାସ୍ତା ବୋଲଭିଆର ରାଜଧାନୀ ଲା ପାଜକୁ କୋରିକୋ ସହର ସହିତ ସଂଯୋଗ କରେ। ୨୦୦୬ ପର୍ଯ୍ୟନ୍ତ, ଏହି ଦୁଇ ସହର ମଧ୍ୟରେ ଯାତ୍ରା କରିବାର ଏକମାତ୍ର ରାସ୍ତା ଥିଲା, କିନ୍ତୁ ୨୦୦୯ରେ ସରକାର ଆଉ ଏକ ରାସ୍ତା ନିର୍ମାଣ କରିଥିଲେ। ଏହି ରାସ୍ତାରେ ମଧ୍ୟ ଅନେକ ସୁରକ୍ଷା ବ୍ୟବସ୍ଥା କରାଯାଇଛି, ତେଣୁ ଏହା ଆଉ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ହୋଇ ରହିନାହିଁ। ରାସ୍ତାର ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ, ପର୍ବତ ଏବଂ ପଥର ଦେଖାଯାଏ।

ଏହି ରାସ୍ତାର ଲମ୍ବ ପ୍ରାୟ ୭୦ କିଲୋମିଟର ଅଟେ। ୧୯୯୫ରେ ଇଣ୍ଟର ଆମେରିକୀୟ ଡେଭଲପମେଣ୍ଟ ବ୍ୟାଙ୍କ ଏହି ରାସ୍ତାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ରାସ୍ତାର ମାନ୍ୟତା ଦେଇଥିଲା। ରାସ୍ତା ଏତେ ପ୍ରଶସ୍ତ ନୁହେଁ। ତେଣୁ ଗୋଟିଏ ଗାଡ଼ିକୁ ଆଉ ଗୋଟିଏ ଗାଡ଼ି ଅତିକ୍ରମ କରିପାରିବ ନାହିଁ। ବର୍ଷା ଦିନେ ଏହା ଅଧିକ ସରୁ ହୋଇଯାଏ। ଯେତେବେଳେ ୨୦୦୦ଫୁଟରୁ ୧୫୦୦ହଜାର ଫୁଟ ଉଚ୍ଚତାରେ ଦୁର୍ଘଟଣା ଘଟୁଥିଲା, ଯାନବାହନଗୁଡ଼ିକ ସିଧାସଳଖ ଖାଲରେ ପଡୁଥିଲେ। ଖରାପ ପାଗରେ ଲୋକମାନେ ଏହି ରାସ୍ତାରେ ବାହାରକୁ ଯାଆନ୍ତି ନାହିଁ।

Share