Categories: ଫୁରସତ

ସବୁଠୁ ବିପଦପୂର୍ଣ୍ଣ ରାସ୍ତା

ବଲିଭିଆରେ ରହିଛି ବିଶ୍ୱର ସବୁଠାରୁ ବିପଜ୍ଜନକ ରାସ୍ତା। ଏହି ରାସ୍ତାରେ ଗାଡ଼ି ଚଳାଇବା ଜଣକ ପାଇଁ ଶେଷ ଡ୍ରାଇଭ ହୋଇପାରେ। ବଲିଭିଆର ଡେଥ୍‌ ରୋଡ ଦୁନିଆର ସବୁଠାରୁ ବିପଜ୍ଜନକ ରାସ୍ତା ବୋଲି ବିବେଚନା କରାଯାଏ। ସମୟ ଥିଲା ଯେତେବେଳେ ପ୍ରତିବର୍ଷ ଏଠାରେ ୨୦୦ରୁ ୩୦୦ ଲୋକଙ୍କ ମୃତ୍ୟୁ ଘଟୁଥିଲେ। ଏହି କାରଣରୁ ଏହାକୁ ଡେଥ୍‌ ରୋଡ କୁହାଯାଉଥିଲା। ପ୍ରାୟ ୭୦ କିଲୋମିଟର ଏହି ରାସ୍ତାରେ ଭୂସ୍ଖଳନ, କୁହୁଡ଼ି ଏବଂ ଭୁଶୁଡ଼ି ପଡ଼ିବାର ବିପଦ ସବୁବେଳେ ରହିଥାଏ। ରାସ୍ତାଟି କେବଳ କିଛି ବାଟ ପର୍ଯ୍ୟନ୍ତ ୧୦ ଫୁଟରୁ ଅଧିକ ଚଉଡ଼ା, ବାକିଗୁଡ଼ିକ ସଂକୀର୍ଣ୍ଣ। ୧୯୩୦ ଦଶକ ପାରାଗୁଏ-ବ୍ରାଜିଲ ଯୁଦ୍ଧରେ ବନ୍ଦୀ ହୋଇଥିବା ପାରାଗୁଏ କଏଦୀମାନେ ପାହାଡ଼ କାଟି ଏହାକୁ ତିଆରି କରିଥିଲେ। ଏହି ରାସ୍ତା ବଲିଭିଆର ରାଜଧାନୀ ଲା ପାଜକୁ କୋରିକୋ ସହର ସହିତ ସଂଯୋଗ କରେ। ୨୦୦୬ ପର୍ଯ୍ୟନ୍ତ ଏହା ଦୁଇ ସହର ମଧ୍ୟରେ ଏକମାତ୍ର ରାସ୍ତା ଥିଲା। ଖରାପ ପାଗରେ ଲୋକମାନେ ଏହି ରାସ୍ତାରେ ବାହାରକୁ ଯାଆନ୍ତି ନାହିଁ।

Share