Categories: ଫୁରସତ

ଦୁନିଆର ସବୁଠୁ ସ୍ବାଦିଷ୍ଟ ହୋଟେଲ, ଏଠାକୁ ଖାଇବା ପାଇଁ ଯାଉଥିଲେ ଚର୍ଚ୍ଚିଲ-ଆଇନ୍‌ଷ୍ଟାଇନଙ୍କ ପରି ମହାନ ବ୍ୟକ୍ତି

ଭାରତ ଏବଂ ପାକିସ୍ତାନ ସମେତ ଦୁନିଆର ଅନେକ ଦେଶ ସେମାନଙ୍କର ସୁସ୍ବାଦୁ ଖାଦ୍ୟ ପାଇଁ ବେଶ୍‌ ଜଣାଶୁଣା। ଏଠାରେ ଏପରି ଅନେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଅଛି, ଯେଉଁଠାରେ ଆପଣ ଖାଦ୍ୟ ଖାଇବା ପରେ ଖୁସି ହେବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର କିଛି ସର୍ବୋତ୍ତମ ବା ଅଧିକ ସୁସ୍ବାଦୁ ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ। ଯେଉଁଠାରେ ଓ୍ବିନ୍‌ଷ୍ଟନ୍‌ ଚର୍ଚ୍ଚିଲ ଏବଂ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ପରି ମହାନ ବ୍ୟକ୍ତି ଯାଉଥିଲେ।

ବ୍ୟାଙ୍କକ୍‌ଠାରୁ ପିଡ୍‌ମୋଣ୍ଟ ଏବଂ ହାନୋଇଠାରୁ ଟୋକିଓ ପର୍ଯ୍ୟନ୍ତ, ଏହି ସୁନ୍ଦର ହୋଟେଲଗୁଡ଼ିକ ଆପଣଙ୍କୁ ସର୍ବୋତ୍ତମ ରୋଷେଇର ମଜା ନେବା, ବିଶ୍ୱ ସ୍ତରୀୟ ମଦର ସ୍ବାଦ ଚାଖିବା ଏବଂ ତା’ପରେ ଆପଣଙ୍କୁ ଆରାମ ଦାୟକ ରୁମ୍‌ ବି ମିଳିଥାଏ। ଏପରି ସର୍ବୋତ୍ତମ ଏବଂ ସ୍ବାଦିଷ୍ଟ ହୋଟେଲ ବିଷୟରେ ହୁଏତ ବହୁତ କମ୍‌ ଲୋକ ଜାଣିଥିବେ। ତେବେ ଜାଣନ୍ତୁ ଏପରି ହୋଟେଲ ସମ୍ପର୍କରେ…

 

ଏପରି ହୋଟେଲ ରହିଛି ସ୍ବିଜରଲାଣ୍ଡରେ। ଏହାର ନାମ ଡୋଲ୍ଡର ଗ୍ରାଣ୍ଡ। ଜୁରିଚ ଉପର ପାହାଡ଼ରେ ଅବସ୍ଥିତ ଏହି ରେଷ୍ଟୁରାଣ୍ଟ ଏତେ ସ୍ବତନ୍ତ୍ର ଯେ, ଓ୍ବିନ୍‌ଷ୍ଟନ ଚର୍ଚ୍ଚିଲ, ଆଲବର୍ଟ ଆଇନଷ୍ଟାଇନ ଏବଂ ରୋଲିଂ ଷ୍ଟୋନ୍ସ ଭଳି ମହାନ ବ୍ୟକ୍ତିତ୍ୱ ମଧ୍ୟ ଏଠାକୁ ଆସିଛନ୍ତି। ଏହା ସ୍ନେଲ, ହର୍ସରାଡିସ ଏବଂ କୋବି ସହିତ ଗୋମାଂସ ବ୍ରିସ୍କେଟ ଏବଂ ଟମାଟୋ, କଫି ଏବଂ କିଡ୍‌ନୀ ବିନ୍‌ ଆଇସ୍କ୍ରିମ ସହିତ ପ୍ରସ୍ତୁତ ଚିଲି କନ କର୍ନ ଭଳି ଖାଦ୍ୟ ପାଇଁ ଜଣାଶୁଣା। ଏଠାରେ ଆପଣ ସ୍ବିଜରଲାଣ୍ଡର ସର୍ବୋତ୍ତମ ଓ୍ବାଇନ ମଧ୍ୟ ଉପଭୋଗ କରିପାରିବେ।

Share