Posted inଫୁରସତ

ଦୁନିଆର ସବୁଠୁ ଦାମୀ କାର୍‌, ଦାମ୍‌ ଜାଣିଲେ…

ଯେତେବେଳେ ବି ଜଣେ ବ୍ୟକ୍ତି କାର୍‌ କିଣିବାକୁ ଯାଆନ୍ତି, ସେ ଅନେକ କଥା ପ୍ରତି ଧ୍ୟାନ ଦିଅନ୍ତି। ସର୍ବପ୍ରଥମେ ଜଣେ ସାଧାରଣ ବ୍ୟକ୍ତି କାରର ମାଇଲେଜକୁ ଗୁରୁତ୍ୱ ଦିଅନ୍ତି। କାର୍‌ ଦ୍ୱାରା ବ୍ୟବହାର ହେଉଥିବା ଇନ୍ଧନର ପରିମାଣ ଏହାର ସବୁଠାରୁ ବଡ଼ ଦୁର୍ବଳତା କିମ୍ବା ଶକ୍ତି ହୋଇପାରେ। ଯଦି ଏକ କାର୍‌ କମ୍‌ ପେଟ୍ରୋଲରେ ଦୀର୍ଘ ଦୂରତା ପାଇଁ ଚାଲିଥାଏ, ତେବେ ଏହା ଲୋକଙ୍କ ହୃଦୟ ଜିତେ। ଏହା ପରେ ସୁରକ୍ଷାଠାରୁ ଆରମ୍ଭ କରି ସବୁକିଛି ଦେଖାଯାଏ। ଅଧିକ ଫିଚର ଅଧିକ ମୂଲ୍ୟ ବି।

ଟାଟା ନାନୋ କାର୍‌ ଅନେକ ସୁନାମ ଅର୍ଜନ କରିଥିଲା। ଏହାର ନାମ ଲକ୍ଷେଟଙ୍କିଆ କାର୍‌ ମଧ୍ୟ ରଖାଯାଇଥିଲା। ଏହାର କାରଣ ଥିଲା ଏହାର ମୂଲ୍ୟ ଦୁନିଆର ସବୁଠାରୁ ଶସ୍ତା କାର୍‌ ଭାବରେ ଲଞ୍ଚ କରାଯାଇଥିଲା। ଏପରିକି ଜଣେ ସାଧାରଣ ଲୋକ କାରର ସ୍ବପ୍ନକୁ ଏକ ଲକ୍ଷ ଟଙ୍କାରେ ପୂରଣ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଦାମୀ କାର୍‌ ବିଷୟରେ କହିବାକୁ ଯାଉଛୁ। ଆମେ ରୋଲ୍ସ-ରୋଏସ ଦ୍ୱାରା ଆରମ୍ଭ ହୋଇଥିବା ନୂତନ ପ୍ରୋଜେକ୍ଟ ‘ଦି ଲା ରୋଜ ନୋଏର୍‌’ ବିଷୟରେ କହୁଛୁ। ଏହା ଅଧୀନରେ ଏହି କମ୍ପାନୀ ସବୁଠୁ ଦାମୀ କାର ତିଆରି କରିଛି।

ନିକଟରେ ରୋଲ୍ସ-ରୋଏସ ଏହାର ନୂତନ କାର୍‌ ରୋଲ୍ସ-ରୋଏସ ଲା ରୋଜ ନୋଏର୍‌ ଡ୍ରପଟେଲ ର ଭିଡିଓ ରିଲିଜ କରିଛି । କମ୍ପାନୀ ଦ୍ୱାରା ନିର୍ମିତ ଏହା ସବୁଠାରୁ ମହଙ୍ଗା କାର୍‌ ଅଟେ। ଅଧିକ ବେତନ ପ୍ରାପ୍ତ ଗ୍ରାହକଙ୍କ ପାଇଁ ଏହା ରୋଲ୍ସ ରୋଏସ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। କମ୍ପାନୀ ଅନୁଯାୟୀ ଏହି କାର ତିଆରି କରିବାକୁ ୫ ବର୍ଷ ସମୟ ଲାଗିଥିଲା। କମ୍ପାନୀ ଦ୍ୱାରା ଏହା ଜଣେ ମହିଳାଙ୍କ ପାଇଁ ଡିଜାଇନ କରାଯାଇଥିଲା ଏବଂ ଏହାର ଅନୁମୋଦନ ପରେ ଏହା ପାଞ୍ଚ ବର୍ଷ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା।

ଏହି କାର ଭିତରେ ସର୍ବଶେଷ ଫିଚର ଦିଆଯାଇଛି। ଏହାର ଗତି ମଧ୍ୟ ରେକର୍ଡ ଭାଙ୍ଗିବ। କିନ୍ତୁ ଏସବୁ ବ୍ୟତୀତ ଏହାର ମୂଲ୍ୟ ସର୍ବାଧିକ ଚର୍ଚ୍ଚାରେ। ଏହି କାରର ମୂଲ୍ୟ ୩୨ ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ବିଲିୟନ ୪୭ କୋଟି ଟଙ୍କା। ଏହା ସବୁଠାରୁ ମହଙ୍ଗା କାର ଅଟେ। ଏହି କାର ପୂର୍ବରୁ ମଧ୍ୟ ସବୁଠାରୁ ମହଙ୍ଗା କାରର ରେକର୍ଡ ରୋଲ୍ସ-ରୋଏସ ନାମରେ ଥିଲା। ଏହି କମ୍ପାନୀ ଏହାର ଗ୍ରାହକଙ୍କ ସ୍ଥିତି ଅନୁଯାୟୀ କାର୍‌ ଡିଜାଇନ କରେ। ଏହି ପର୍ଯ୍ୟାୟରେ, ରୋଲ୍ସ-ରୋଏସ ଲା ରୋଜ ନୋଏର୍‌ ଡ୍ରପଟେଲ ବର୍ତ୍ତମାନ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri