Categories: ଫୁରସତ

ବିଶ୍ୱର ସବୁଠୁ ମହଙ୍ଗା ଦେଶ

ବିଶ୍ୱ ପରିସଂଖ୍ୟାନର ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ବିଶ୍ୱର ସବୁଠୁ ଦାମୀ ଦେଶ ବିଷୟରେ କୁହାଯାଇଛି। ଅନେକ ଲୋକ ଭାବିଥିବେ ଯେ, ଦୁନିଆର ସବୁଠୁ ଦାମୀ ଦେଶ ଆମେରିକା କିମ୍ବା ବ୍ରିଟେନ ଥିବ। କିନ୍ତୁ ଏହା ନୁହେଁ। ବରମୁଡା ଦୁନିଆର ସବୁଠାରୁ ମହଙ୍ଗା ଦେଶ ବୋଲି ରିପୋର୍ଟରେ କୁହାଯାଇଛି। ୧୪୦ ଦେଶର ଏହି ରିପୋର୍ଟ ଅନୁଯାୟୀ ବରମୁଡାରେ ରହିବା ମୂଲ୍ୟ ବହୁତ ଅଧିକ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ତାଲିକାରେ ସୱିଜରଲ୍ୟାଣ୍ଡ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ, ବ୍ରିଟେନ, ଜାପାନ ଏବଂ ରୁଷିଆ ଅପେକ୍ଷା ଆମେରିକାରେ ରହିବା ବହୁତ ଶସ୍ତା ଅଟେ।
ବରମୁଣ୍ଡା ଉତ୍ତର ଆଟଲାଣ୍ଟିକ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପ। ଏହାର ସୌନ୍ଦର୍ଯ୍ୟ ଏବଂ ସାମୁଦ୍ରିକ ପରିବେଶ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଏଠାରେ କୌଣସି ଚାଷ ନାହିଁ ଏବଂ ସମସ୍ତ ଜରୁରୀ ଜିନିଷ ଅନ୍ୟ ଦେଶରୁ ଆମଦାନୀ ହୋଇଥାଏ। ଅଧିକାଂଶ ସାମଗ୍ରୀ ଆମେରିକାରୁ ଆମଦାନୀ ହୋଇଥାଏ, ଯାହା ପରିବହନ ଖର୍ଚ୍ଚ, କଷ୍ଟମ ଡ୍ୟୁଟି ଏବଂ ମଜୁରୀ ହେତୁ ଏହି ଜିନିଷଗୁଡ଼ିକୁ ମହଙ୍ଗା କରିଥାଏ।
ହୋଟେଲରେ ଗୋଟିଏ ରାତି ରହିବା ପାଇଁ ହାରାହାରି ଭଡା ପ୍ରାୟ ୨୫ ହଜାର ।
ଏଠାରେ ରହୁଥିବା ଲୋକଙ୍କୁ ଅନ୍ୟ ଦେଶ ତୁଳନାରେ ଅନେକ ଗୁଣ ମୂଲ୍ୟ ଦେବାକୁ ପଡେ। ଏହା ବ୍ୟତୀତ ଏଠାରେ ରହିବା, ଖାଦ୍ୟ, ବୀମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଅନ୍ୟ ଦେଶ ତୁଳନାରେ ଅଧିକ ଖର୍ଚ୍ଚ ହୋଇଥାଏ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦୁନିଆର ସବୁଠାରୁ ଶସ୍ତା ସହର ହୋଇଥିବାବେଳେ ଭାରତ ୧୩୮ ତମ ସ୍ଥାନରେ ରହିଛି। ଏହି ତାଲିକା ପ୍ରତିବର୍ଷ ବଦଳିଥାଏ ଏବଂ ଏହି ଅନୁଯାୟୀ ପାକିସ୍ତାନ ୧୪୦ତମ ସ୍ଥାନରେ ଏବଂ ଭାରତ ୧୩୮ତମ ସ୍ଥାନରେ ରହିଛି।

Share