ସାବିତ୍ରୀ ପାଇଁ ଫଳ ବଜାରରେ ମହଙ୍ଗା ମାଡ଼

ନିରାକାରପୁର,୫ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ରାତି ପାହିଲେ ସାବିତ୍ରୀବ୍ରତ ନିରାକାରପୁର ସମେତ ପଡ଼ୋଶୀ ବଜାର ଅଞ୍ଚଳରେ ଫଳ କିଣିବାକୁ ସତ୍ୟବାନମାନଙ୍କ ନାହିଁ ନ ଥିବା ଭିଡ଼। ଏହା ଫଳ ବ୍ୟବସାୟୀମାନଙ୍କ ପାଇଁ ପୁଷ ମାସ ପାଲଟିଛି। ସେଥିପାଇଁ ଖାଲି ନିରାକାରପୁର ବଜାର ନୁହେଁ ବରଂ ସ୍ଥାନୀୟ ପଡ଼ୋଶୀ ବଜାରଗୁଡ଼ିକ ଏଥିପାଇଁ ଏକ ପ୍ରକାର ଚଳଚଞ୍ଚଳ ହୋଇପଡ଼ିଛି। ଲୁଗାପଟା, ଶାଢ଼ି, ମ୍ୟାଚିଙ୍ଗ ସେଣ୍ଟରଠାରୁ ଆରମ୍ଭକରି ଫଳ ଓ ଷ୍ଟେସନାରୀ ଆଦି ଦୋକାନ ସମେତ ସବୁଠାରେ ପ୍ରବଳ ଭିଡ଼ ଜମିବାରେ ଲାଗିଛ। ହେଲେ ଗତବର୍ଷଠାରୁ ଚଳିତବର୍ଷ ଫଳ ଦର ସବୁ ଏବେ ଆକାଶଛୁଆଁ ହୋଇପଡ଼ିଛି।

ଦେଶୀ କଦଳୀ ଡଜନ ପିଛା ୮୦ରୁ ୧୦୦, ଲିଚୁକୋଳି କିଲୋପିଛା ଦେଢ଼ଶହରୁ ୨୦୦, ସେଓ କିଲୋ ୧୫୦ରୁ ୩ଶହ, ଅଙ୍ଗୁରକୋଳି ୧୫୦ରୁ ୨୦୦, ସପୁରି ଗୋଟାକୁ ୫୦ରୁ ୬୦, କମଳା ୧୫୦ରୁ ୧୮୦ ଓ ଅନୁରୂପ ଭାବେ ପଣସ ଗୋଟାକୁ ୫୦ରୁ ୧୦୦ ଟଙ୍କା ମଧ୍ୟରେ ଥିବା ଜଣାଯାଇଛି। ତେବେ ଚଳିତବର୍ଷ ଫଳମୂଳ ଦର ବୃଦ୍ଧି ନେଇ ସ୍ଥାନୀୟ ବେପାରୀ ଅକ୍ରୁର ସେନାପତିଙ୍କ କହିବା ଅନୁଯାୟୀ, ଏହି ସମୟରେ ଯେତିକି ଫଳମୂଳ ବାହାରୁ ଯେତିକି ଆସିବା କଥା ପ୍ରଚଣ୍ଡ ଗରମ ଯୋଗୁ ଆବଶ୍ୟକ ଅନୁସାରେ ଆସିପାରୁନି, ତେଣୁ ଚଳିତ ବର୍ଷ ଏଭଳି ଦର ହୋଇଥିବା ସୂଚନା ଦେଇଥିଲେ। ତଥାପି ପାରମ୍ପରିକ ଏହି ଓଷା ପାଇଁ ଦର ଅଧିକ। ସେହିପରି ଚଳିତବର୍ଷ ଲୋକାଲ ଆମ୍ବ ଫସଲ ଭଲ ହୋଇ ନ ଥିବାରୁ ଆମ୍ବ ଓ ପଣସ ଦର ବୃଦ୍ଧି ହୋଇଥିବା ଅନ୍ୟ ଜଣେ ଫଳ ବେପାରୀ କାହ୍ନା ବେହେରା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri