Categories: ଫୁରସତ

ଏ ଦୁନିଆର ସବୁଠାରୁ ରାଗ ଲଙ୍କା, ଛୋଟ ଖଣ୍ଡ ଖାଇଲେ ଅବସ୍ଥା ହୋଇଯିବ ବେହାଲ

ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ନାମରେ ନୂଆ ରେକର୍ଡ କରିବାକୁ ଚେଷ୍ଟିତ ଥାନ୍ତି। ଏଥିପାଇଁ ସେମାନେ ଯେକୌଣସି ସ୍ତରକୁ ଯାଆନ୍ତି ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରନ୍ତି। ଆମେରିକାରେ ମଧ୍ୟ ଏଭଳି କିଛି ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ବ୍ୟକ୍ତି ଦୁନିଆର ସବୁଠାରୁ ରାଗ ଲଙ୍କା ଖାଇ ରେକର୍ଡ ଭାଙ୍ଗିଛନ୍ତି। ବହୁ ବର୍ଷର ପରିଶ୍ରମ ପରେ ସେ ଏହା କରିଦେଖାଇଛନ୍ତି। ଏହି ଲଙ୍କାର ନାମ ହେଉଛି ପେପର୍‌ ଏକ୍ସ, ଯାହା ବର୍ତ୍ତମାନ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି।
ଲଙ୍କାର ରାଗ ମାପିବା ପାଇଁ ସ୍କୋଭିଲ ହିଟ ୟୁନିଟ (ଏସ୍‌ଏଚ୍‌ୟୁ)ର ଏକ ସ୍କେଲ ଅଛି। ପେପର୍‌ ଏକ୍ସର ଦଣ୍ଡ ୨୬.୯୩ ଲକ୍ଷ ସ୍କୋଭିଲ ହିଟ ୟୁନିଟ, ଯାହା ଆଜି ପର୍ଯ୍ୟନ୍ତ କୌଣସି ଲଙ୍କାରେ ମିଳିନାହିଁ। ଏହି କାରଣରୁ ପେପର ଏକ୍ସର ନାମ ବର୍ତ୍ତମାନ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ପେପର୍‌ ଏକ୍ସ କ୍ୟାପସିକମ ପରି ଦେଖାଯାଏ, କିନ୍ତୁ ବହୁତ ଛୋଟ ଅଟେ।
ଆମେରିକାର ପକରବଟ ପେପର୍‌ କମ୍ପାନୀର ମାଲିକ ତଥା ପ୍ରତିଷ୍ଠାତା ଇଡ କ୍ୟୁରୀ ଏହି ଲଙ୍କା ବଢାଇବା କାର୍ଯ୍ୟ କରିଛନ୍ତି। ପରୀକ୍ଷଣରୁ ଜଣାପଡିଛି ଯେ, ପେପର୍‌ ଏକ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ରାଗ ଲଙ୍କା ଅଟେ। ଇଡ କ୍ୟୁରୀ ଗତ ୧୦ ବର୍ଷ ଧରି ଏହା ଉପରେ କାର୍ଯ୍ୟ କରିଆସୁଥିଲେ। ଏହାପୂର୍ବରୁ କ୍ରସ ପ୍ରଜାତିର ଲଙ୍କା ମଧ୍ୟ ଦୁନିଆର ସବୁଠାରୁ ରାଗ ଲଙ୍କା ଥିଲା।

Share