Categories: ଫୁରସତ

ସାବଧାନ! ଏହା ଦୁନିଆର ସବୁଠୁ ବିଷାକ୍ତ ସ୍ପାଇଡର, କାମୁଡ଼ିଲେ ଚାଲିଯିବ ଜୀବନ

ବ୍ରାଜିଲର ଓ୍ବାଇଣ୍ଡିଂ ସ୍ପାଇଡର୍‌ ଯାହା ଦୁନିଆର ସବୁଠାରୁ ବିଷାକ୍ତ। ଯାହା କାମୁଡ଼ିଲେ ବହୁତ ଯନ୍ତ୍ରଣା ହୋଇଥାଏ। ଏପରିକି ଏହି ସ୍ପାଇଡର କାମୁଡ଼ିବା ଦ୍ୱାରା ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ। ତେଣୁ ଏହାକୁ ଦେଖିବା ମାତ୍ରେ ଏଥିରୁ ଦୂରେଇ ରହିବା ଉଚିତ। ଏହାର କାମୁଡ଼ା ଶରୀରରେ ନ୍ୟୁରୋଟକ୍ସିକ ବିଷ ବିସ୍ତାର କରିଥାଏ। ଯାହା ମଣିଷ ବିଶେଷକରି ପିଲାମାନଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ। ଯଦି ରୋଗୀଙ୍କୁ ଆଣ୍ଟିଭେନୋମ ଦିଆଯାଏ ତେବେ ତାଙ୍କ ମୃତ୍ୟୁ ସମ୍ଭାବନା କମ୍‌ ରହେ।

ବ୍ରାଜିଲର ଏହି ସ୍ପାଇଡର ଯାହାକୁ ଆର୍ମଡ୍‌ ସ୍ପାଇଡର୍‌ ବା ବାନାନା ସ୍ପାଇଡର୍‌ ମଧ୍ୟ କୁହାଯାଏ। ଫୋନେଟ୍ରିଆ ବଂଶର ଅଟେ, ଯାହାର ଅର୍ଥ ଗ୍ରୀକ୍‌ ଭାଷାରେ ‘ହତ୍ୟାକାରୀ’ଏହାକୁ ଲାଇଭ୍‌ ସାଇନ୍ସ ରିପୋର୍ଟ କରେ। ଗିନିଜ ଓ୍ବାଲର୍‌ଡ ରେକର୍ଡ ପୂର୍ବରୁ ବ୍ରାଜିଲର ଏହି ସ୍ପାଇଡର ବିଶ୍ୱର ସବୁଠାରୁ ବିଷାକ୍ତ ଭାବରେ ନାମିତ କରିଛି। ତେବେ ଗିନିଜ ରେକର୍ଡ ଅନୁଯାୟୀ, ଏହି ସାମ୍ପ୍ରତିକ ରେକର୍ଡ ସିଡ୍‌ନୀର ଫନେଲ-ଓ୍ବେବ୍‌ ସ୍ପାଇଡର (ଆଟ୍ରାକ୍ସ ରୋବଷ୍ଟସ) ନାମରେ ଅଛି।

ବ୍ରାଜିଲର ୯ ପ୍ରଜାତିର ବୁଲୁଥିବା ଏହି ସ୍ପାଇଡର ଅଛନ୍ତି। ସମସ୍ତେ ରାତିଅଧରେ ବାହାରନ୍ତି। ଏକ ରିପୋର୍ଟ ଅନୁଯାୟୀ, କୋଷ୍ଟାରିକାଠାରୁ ଆର୍ଜେଣ୍ଟିନା ପର୍ଯ୍ୟନ୍ତ କେତେକ ପ୍ରଜାତି ମଧ୍ୟ ଏବଂ ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳିଥାନ୍ତି।

Share