Advertisement

ଦୁଇପୁଅଙ୍କ ସମେତ ମା’ ଗିରଫ

ବ୍ରହ୍ମପୁର,୨୦ା୧୦(ସୁବାସ ଚନ୍ଦ୍ର ପାଢ଼ୀ)-ଏକ ଘର ଭଡ଼ାରେ ନେଇ ନିଶା କାରବାର କରାଯାଉଥିବା ଖବରପାଇ ବ୍ରହ୍ମପୁର ବଡବଜାର ଥାନାର ଏକ ଟିମ୍‌ ଗ୍ରାହକ ବେଶରେ ଶୁକ୍ରବାର ରଘୁପତି ନଗର ଦ୍ୱିତୀୟ ସାରଣୀରେ ଚଢାଉ କରିଥିଲା। ଭଡ଼ାଘରେ ବ୍ରାଉନ ସୁଗାର ବିକ୍ରି କରୁଥିବା ଜଣେ ମହିଳା ଓ ତାଙ୍କ ଦୁଇ ପୁଅଙ୍କ ନିକଟରେ ପହଞ୍ଚି ସେମାନଙ୍କୁ କାବୁ କରିଥିଲା। ଉକ୍ତ ଘରୁ ୮. ୪୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଏଥିସହ ସେ ବ୍ରାଉନ ସୁଗାର ବିକ୍ରି କରି ନିଜ ପାଖରେ ରଖିଥିବା ୮ ହଜାର ୯ ଶହ ଟଙ୍କା ଓ ୩ଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରିଛି। ଅଭିଯୁକ୍ତମାନେ ହେଲେ ପୂଜା ପ୍ରଧାନ ଓ ତାଙ୍କର ଦୁଇ ପୁଅ ଆକାଶ (୨୨), ବିକାଶ (୧୯)। ଦୁଇ ଭାଇ ଅନ୍ୟ ଜିଲାରୁ ବ୍ରାଉନ ସୁଗାର ବେଆଇନ ଭାବେ ଆଣୁଥିବା ବେଳେ ତାଙ୍କ ମା ପୂଜା ଘରେ ଏହି ନିଶା ବେପାର କରୁଥିବା ଅନୁମାନ କରାଯାଉଛି। ପୋଲିସ ଏବେ ଖୋଳତାଡ କରୁଛି। ବ୍ରାଉନ ସୁଗାର ଭଳି ନିଶା କାରବାରରେ ଏବେ ମହିଳାଙ୍କୁ ସାମିଲ କରାଯାଉଛି ବୋଲି ବ୍ରହ୍ମପୁର ଏସପି ଡ. ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share