ଭାଲୁ ଆକ୍ରମଣରେ ମା’, ଝିଅ ଗୁରୁତର

ମାଲକାନଗିରି,୧୬।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ କିଷାନୀପଡ଼ା ଗ୍ରାମରେ ଭାଲୁ ଆକ୍ରମଣରେ ମା’, ଝିଅ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ମାଳକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗ୍ରାମର ସମ୍ବାରୀ ଶିଶା ଓ ତାଙ୍କ ୧୦ ବର୍ଷର ଝିଅ ସରିତା ଜମିକୁ ଚାଷ କରିବାକୁ ଯାଇଥିଲେ । ତେବେ ଉଭୟ ଜମିରେ ଚାଷ କରିବା ସମୟରେ ହଠାତ ଏକ ଭାଲୁ ଆସି ଉଭୟଙ୍କୁ ଆକ୍ରମଣ କରିଥିଲା । ଫଳରେ ମା’, ଝିଅ ଗୁରୁତର ହୋଇଥିଲେ। ଗ୍ରାମବାସୀ ସେମାନଙ୍କୁ ଦେଖି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରିଛନ୍ତି।

Share