ରାଇକିଆ,୧୭ା୭(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମା’ ୯ ବର୍ଷର ଝିଅ ଏବଂ ୫ ବର୍ଷର ପୁଅକୁ କୂଅକୁ ଠେଲି ଦେଇଛନ୍ତି। ଝିଅପୁଅଙ୍କୁ ଘରୁ ଡାକି ନେଇ ରାଇକିଆ ନିକଟସ୍ଥ ଅଲିମାହା ଅଞ୍ଚଳର ଏକ କୂଅକୁ ଠେଲି ଦେଇଥିଲେ ମା’ ଭାଗ୍ୟଲକ୍ଷ୍ମୀ । ରାଇକିଆ ଖ୍ରୀଷ୍ଟିଆନ ସାହିରେ ରହୁଥିବା ଏମ୍ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା ପାରିବାରିକ କଳହ ଲାଗିରହିଥିଲା। ତେବେ ଶୁକ୍ରବାର କଳହ ଚରମ ସୀମାରେ ପହଞ୍ଚତ୍ଥିଲା l ଫଳରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ରାଗିଯାଇ ଅପରାହ୍ନ ୫ଟାରେ ପୁଅ ଏବଂ ଝିଅକୁ ଧରି ଘରୁ କୁଆଡ଼େ ଚାଲିଯାଇଥିଲେ । ରାତି ତମାମ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁରାକ ପାଇ ନ ଥିଲେ। କୌଣସି ସୂତ୍ରରୁ ଖବର ପାଇ ସକାଳୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅଲିମହା ନିକଟ କୂଅରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲେ। ମା’ ଭାଗ୍ୟଲକ୍ଷ୍ମୀ ପୁଅ ଏବଂ ଝିଅକୁ କୂଅକୁ ଠେଲି ନିଜେ କୂଅ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ନିଜେ ବର୍ତ୍ତି ଯାଇଛନ୍ତି। ରାଇକିଆ ମେଡିକାଲରେ ଦୁଇ ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାଇକିଆ ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Posted inଆମ ଜିଲା ଖବର, କନ୍ଧମାଳ, ରାଜ୍ୟ