ଅନାହାରରେ ଆଖିବୁଜିଲେ ମା’, ବସୁନ୍ଧରା ଗଲେ ନାବାଳିକା ଝିଅ

ନିଶ୍ଚିନ୍ତକୋଇଲି,୨୮।୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ନାଟକାଇ ଗ୍ରାମରେ ଅନାହାରରେ ମହିଳା ମୁତ୍ୟୁବରଣ କରିଛନ୍ତି। ପରେ ତାଙ୍କ ନାବାଳିକା ଝିଅକୁ ସିଡିପିଓ ସତ୍ୟଭାମା ବିଶୋଇ ବସୁନ୍ଧରାକୁ ପଠାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଜଗତ୍‌ସିଂହପୁର ଜିଲାର ସ୍ବର୍ଗତ ଅଶୋକ କୁମାର ନାୟକଙ୍କ ସ୍ତ୍ରୀ ଆରତୀ ନାୟକ(୪୨)ଙ୍କ ଅନାହାରରେ ମୃତ୍ୟୁ ଘଟିଛି । ଆରତୀ ଓ ତାଙ୍କ ଝିଅ ଅନାହାର ଓ ରୋଗରେ ଶଢ଼ୁଥିବା ନେଇ ଏକ ଖବର ଗତ ୧୬ ତାରିଖରେ ଅର୍ଥାତ୍‌ ୧୧ ଦିନ ତଳେ ଧରିତ୍ରୀରେ ପ୍ରକାଶ ପାଇଥିଲା। ତଥାପି ପ୍ରଶାସନ ଚେତିପାରିଲା ନାହିଁ। ଦାରିଦ୍ର୍ୟ, ଅପପୁଷ୍ଟି ଏବଂ ଅନାହାର ଆଦି ଦୁର୍ଦ୍ଦଶା ଯେଭଳି ଗରିବ ଓ ଅସହାୟମାନେ ନ ଭୋଗିବେ ସେନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏଥିରେ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ତଥାପି ଅନେକ ଅସହାୟଙ୍କ ପାଖରେ ସେହି ସବୁ ଯୋଜନାର ସୁଫଳ ପହଞ୍ଚତ୍ପାରୁନାହିଁ। ସରକାର ଓ ଅସହାୟଙ୍କ ମଧ୍ୟରେ ସେତୁ ସାଜିଥିବା ପ୍ରଶାସନ ଯୋଜନାର ସଫଳ କାର୍ଯ୍ୟକାରିତାରେ ଆନ୍ତରିକତା ଦେଖାଉନାହିଁ। ଫଳରେ ଭୋକ ଓ ରୋଗରେ ଲୋକଙ୍କ ଜୀବନ ଚାଲିଯାଉଛି। ଭୋକ ଉପାସରେ ଆରତୀଙ୍କ ମୃତ୍ୟୁ ପରେ ତାଙ୍କ ୮ ବର୍ଷୀୟା ଝିଅ ବେସାହାରା ହୋଇଯାଇଛନ୍ତି।
ଆରତୀଙ୍କ ମୃତଦେହ ୨୪ ଘଣ୍ଟା ହେବ ଘରେ ପଡ଼ିରହିଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ନ ଆସିବାରୁ ଖବରପାଇ ମାହାଙ୍ଗା ଭାଜପା ନେତା ସୁମନ୍ତ ଘଡେଇ ଘଟଣାସ୍ଥଳରେ ପହଞ୍ଚତ୍ କଟକ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଶୁକ୍ରବାର ରାତି ପ୍ରାୟ ୮ଟା ୩୦ବେଳେ ବିଡିଓ ବିରଞ୍ଚତ୍ ନାରାୟଣ ମଲ୍ଲିକ, ତହସିଲଦାର ଅନିତା ନାୟକ, ଆଇଆଇସି ଯୁଗଳକିଶୋର ଦାସ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସ୍ଥାନୀୟ ଲୋକେ ବିଡିଓଙ୍କୁ ଘେରାବନ୍ଦୀ କରି କାହିଁକି ଆରତୀଙ୍କୁ ଠିକ୍‌ ସମୟରେ ପ୍ରଶାସନିକ ସହାୟତା ମିଳିଲାନି ବୋଲି ପ୍ରଶ୍ନ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ବୁଝାଶୁଝା କରାଯାଇଥିତ୍ବାବେଳେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ମୁକୁନ୍ଦପୁର ଗ୍ରାମରେ ଦୀର୍ଘବର୍ଷ ହେବ ଅଶୋକ ଓ ୨ ନାବାଳିକା କନ୍ୟାଙ୍କ ସହ ଆରତୀ ରହି ଆସୁଥିଲେ। ଅଶୋକ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ। ପ୍ରାୟ ୪ ବର୍ଷ ତଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର କୌଣସି ଜମିବାଡ଼ି ନ ଥିବାରୁ ପରିବାର ଲୋକେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଇଥିଲେ। ଏଭଳିସ୍ଥିତିରେ ତାଙ୍କର ଜଣେ ନାବାଳିକା ଅନ୍ତଃସତ୍ତ୍ୱା ହେବା ଯୋଗୁ ପ୍ରଶାସନ ତରଫରୁ ତାଙ୍କୁ ବସୁନ୍ଧରାରେ ଥଇଥାନ କରାଯାଇଥିଲା। ନିକଟରେ ସମ୍ପୃକ୍ତା ନାବାଳିକା ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଅପରପକ୍ଷେ ଆରତୀ ଓ ସାନ ଝିଅ ଗ୍ରାମରେ ଜଣକ ଘରେ ଭଡ଼ାସୂତ୍ରରେ ରହି ଆସୁଥିଲେ। ତେବେ ଆର୍ଥତ୍କ ଅନଟନ ଯୋଗୁ ମା’ଝିଅ ପେଟକୁ ଦାନା ଓ ଦେହକୁ ଖଣ୍ଡେ କନା ଠିକ୍‌ ଭାବେ ପାଇପାରୁ ନ ଥିଲେ। ବ୍ଲକ ପ୍ରଶାସନ ତରଫରୁ ତାଙ୍କୁ ବିଧବା ଭତ୍ତା ଓ ୩ ଜଣଙ୍କ ନିମନ୍ତେ ମାଗଣା ଚାଉଳ ଯୋଗାଇ ଦିଆଯାଇଥିଲା। ସେତିକିରେ ଗୁଜୁରାଣ ମେଣ୍ଟୁ ନ ଥିଲେ ମଧ୍ୟ ବହୁ ଦୁଃଖକଷ୍ଟରେ ଚଳୁଥିଲେ। ତେବେ ବଡ଼ ଝିଅର ବିଚ୍ଛେଦ ଚିନ୍ତାରେ ଆରତୀ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗରେ କୌଣସି ମତେ ସାନଝିଅକୁ ବଞ୍ଚାଇ ରଖିଥିଲେ। ଗତ କିଛି ଦିନ ହେବ ଆରତୀ ଏକ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଘରେ ପଡ଼ି ରହିଥିଲେ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିଲା। ଏପରିକି ତାଙ୍କ ଖାଦ୍ୟ ପାନୀୟ ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଥିଲା। ସେ ଘରେ ଉଠିବସି ପାରୁ ନ ଥିଲେ। ଗୁରୁବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ତାଙ୍କ ସାନ ଝିଅ ଏବିଷୟରେ ଜାଣି ନ ପାରି ମା’ଶୋଇଛି, ଡାକିଲେ ଉଠୁନାହିଁ ବୋଲି ଗଁା ଲୋକଙ୍କୁ ଜଣାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଘରକୁ ଯାଇ ଦେଖିଲା ପରେ ଆରତୀଙ୍କ ମୃତ୍ୟୁ ସମ୍ପର୍କରେ ଜଣାପଡ଼ିଥିଲା। ତାଙ୍କ ଦେହରେ ପିମ୍ପୁଡି ଧାର ଲାଗିଥିତ୍ବା ବେଳେ ଘରୁ ପଚାଗନ୍ଧ ମଧ୍ୟ ବାହାରୁ ଥିଲା। ଏନେଇ ସ୍ଥାନୀୟ ସରପଞ୍ଚ ଜୟଦେବ ରାଉତ, ୱାର୍ଡସଭ୍ୟ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସରପଞ୍ଚ ରାଉତ ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ତହସିଲଦାର, ବିଡିଓ ଏବଂ ସିଡିପିଓ ଓ ଥାନା ଆଇଆଇସିଙ୍କୁ ଅବଗତ କରାଇଥିଲେ ମଧ୍ୟ ଘଟଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ଆସିବା ତ ଦୂରର କଥା ଏହା ଉପରେ କୌଣସି ପଦକ୍ଷେପ ମଧ୍ୟ ନେଇ ନ ଥିଲେ। ରିପୋର୍ଟ ଲେଖାହେଲାବେଳକୁ ଘରେ ମୃତଦେହ ପଡ଼ିରହିଥିଲା। ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ପ୍ରଶାସନ ଅଧିକାରୀ ସେଠାରେ ପହଞ୍ଚତ୍ଛନ୍ତି।
ଏ ସମ୍ପର୍କରେ ଧରିତ୍ରୀରେ ସେପ୍ଟେମ୍ବର ୧୬ରେ ‘ଅନାହାରରେ ବିତୁଛି ମା’ ଝିଅଙ୍କ ଜୀବନ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଚିକିତ୍ସା ଅଭାବ ଓ ଅନାହାର କାରଣରୁ ଅକାଳରେ ଆରତୀ ଆଖିବୁଜିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ତରଫରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ, କାର୍ଯ୍ୟରତ ସମୟରେ ଦେହାନ୍ତ ହେଲେ ମିଳିବ…

ଭୁବନେଶ୍ୱର,୨୮ା୯: ଲୋକସେବା ଭବନରେ ଶନିବାର ଆୟୋଜିତ ଜିଲାପାଳ ଏବଂ ଏସ୍‌ପିମାନଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ...

ଭରତପୁର ଘଟଣା: କାଲି ହେବ ମିଛ ସତର ପରୀକ୍ଷା, ଗୁଜୁରାଟ ଯିବେ….

ଭୁବନେଶ୍ୱର,୨୮।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ  ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ...

ଲୋକସେବା ଭବନରେ କେତେଟା ରାତି ଯାଏ ରୁହନ୍ତି ମୁଖ୍ୟମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୮ା୯:ଲୋକସେବା ଭବନରେ ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। ଜିଲାପାଳ ଓ ଏସପି ସମ୍ମିଳନୀରେ...

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…

ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍‌ ସେବା ବନ୍ଦ...

ହୋମଗାର୍ଡଙ୍କ ମତ୍ୟୁ ପରେ ପରିବାରର ଜଣଙ୍କୁ ମିଳିବ…

ଭୁବନେଶ୍ୱର,୨୮ା୯ ଲୋକସେବା ଭବନରେ ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। ଏହି ଅବସରରେ ବିଗତ...

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୮ା୯: ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର...

ବବିଙ୍କ ଉପରେ ଆଉ ପାଉନି କି ନବୀନଙ୍କ ଭରସା, କମିଟି ତାଲିକାରୁ ହଟିଲା ନାଁ

ଭୁବନେଶ୍ୱର,୨୮ା୯: ବିଜେଡିର ପରାଜୟ ପରେ ଦଳର ପୁରୁଖା ନେତାମାନେ ଏହାର କାରଣ ଖୋଜି ଚାଲିଛନ୍ତି। ଅନ୍ୟପକ୍ଷରେ ଦଳର ମୁଖିଆ ମଧ୍ୟ ସମସ୍ତଙ୍କୁ ଏହାର ହିସାବ ମାଗୁଛନ୍ତି।...

ଭାଜପା ସରକାରରେ ମହିଳା ଅସୁରକ୍ଷିତ:ନବୀନ

ଭୁବନେଶ୍ୱର,୨୮ା୯(ଅନୀଲ ଦାସ):ଦରଦାମ୍‌ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ଭାଜପା ସରକାର ବିଫଳ ହୋଇଛି। ସରକାରର ବିଫଳତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri