ଅସୁସ୍ଥ ଛୁଆକୁ ଛାଡ଼ି ପଳାଇଲା ମା’ ହାତୀ

କରଞ୍ଜିଆ(କବିତା ମହାନ୍ତ)/ଠାକୁରମୁଣ୍ଡା(ତାରାକାନ୍ତ ପଟ୍ଟନାୟକ),୨।୮: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ରରୁଅଁା ସେକ୍ସନର ଜାମୁତି ମୁଣ୍ଡାସାହି ନିକଟରେ ନିଅଁାହୁଳା ମାଡ଼ରେ ଆହତ ମା’ ହାତୀ ତା’ର ଛୁଆକୁ ଛାଡ଼ି ପଳାଇଛି। ମାତୃତ୍ୱ ସ୍ନେହରୁ ବଞ୍ଚତ୍ତ ଉକ୍ତ ଛୁଆହାତୀ ଅସୁସ୍ଥ ହୋଇପଡ଼ିବାରୁ ବନବିଭାଗ ତାକୁ ଉଦ୍ଧାର କରି ଚିକିତ୍ସା ଜାରି ରଖିଛି। ସୋମବାର ବିଳମ୍ବିତ ରାତିରେ ୨୩ଟିକିଆ ହାତୀପଲ ରରୁଅଁା ବ୍ଲକ ପାର୍ବତୀପୁର ଗ୍ରାମ ଜଙ୍ଗଲରୁ ଝାଡ଼ଖଣ୍ଡ ଫେରିଯିବା ବେଳେ ମା’ ହାତୀ ଛୁଆକୁ ସାଙ୍ଗରେ ନ ନେଇ ଛାଡ଼ି ପଳାଇଛି। ଉଦ୍ଧାର ହାତୀ ଛୁଆକୁ ଜାମୁତି ଅଙ୍ଗନଓ୍ବାଡ଼ି କେନ୍ଦ୍ରଠାରେ ରଖି ଚିକିତ୍ସା କରାଯାଉଛି। ହାତୀ ଛୁଆ ସାମାନ୍ୟ ସୁସ୍ଥ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ ବୋଲି ବନ ବିଭାଗ କହିଛି। ମା’ ହାତୀର ପିଠି ନିଅଁାଝୁଲ ଏବଂ ମୋବିଲ ଦ୍ୱାରା ପୋଡ଼ି ଯାଇଥିବାରୁ ହାତୀ ଗୋଠରେ ସେ ହାତୀ ଛୁଆକୁ ସାମିଲ କରିନାହିଁି ବୋଲି ସାଧାରଣରେ ଆଲୋଚନା ହେଉଛି। ହାତୀ ଛୁଆର ଚିକିତ୍ସା ପାଇଁ କେନ୍ଦୁଝର ଜିଲାରୁ ଅଭିଙ୍ଗ ପ୍ରାଣୀ ଚିକିତ୍ସକଙ୍କୁ ଡକ ଯାଇଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ସୂଚନା ଦେଇଛନ୍ତି।

Share