ଝିଅଙ୍କୁ ମା’ ଦେଲେ ଏମିତି ଇଞ୍ଜେକ୍ସନ, କାରଣ ଜାଣିଲେ…

ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍‌ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର ବିଷୟବସ୍ତୁକୁ ନେଇ ଶୋ’ଟି ବିବାଦୀୟ ହୋଇଛି। ଏହି ଶୋ’ରେ ମା’ ଏବଂ ଝିଅଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ଯେଉଁମାନେ କି ପରସ୍ପର ଅତି ନିକଟତର। ଏଥର ଏହି ଶୋ’ରେ ଜଣେ କିନ୍ନର କପଲ ଏବଂ ତାଙ୍କ ମା’ ଚର୍ଚ୍ଚାରେ ରହିଛନ୍ତି।

ଶୋ’ର ପ୍ରୋମୋରେ ଲରେନ ନାମକ ଜଣେ ମହିଳା କହିଛନ୍ତି, ତାଙ୍କ ମା’ଙ୍କ ଯୋଗୁ ତାଙ୍କୁ ଏକ ଅଦ୍ଭୁତ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା। ଲରେନ କହିଛନ୍ତି, ତାଙ୍କ ମା ଚାହାନ୍ତି ସେ ବି ଜଣେ ମା’ ହୁଅନ୍ତୁ। କିନ୍ତୁ ଲରେନ୍‌ ଏନେଇ ପ୍ରସ୍ତୁତ ନୁହଁ। ଯେତେବେଳେ ଲରେନଙ୍କ ମା’ ହୃଦୟଙ୍ଗମ କଲେ ଯେ ତାଙ୍କ ଝିଅ ସନ୍ତାନ ପ୍ରସବ ପାଇଁ ଆଗ୍ରହୀ ନୁହନ୍ତି ସେତେବେଳେ ସେ ତାଙ୍କୁ ସ୍ପର୍ମ ବା ଶୁକ୍ରାଣୁ ଇଞ୍ଜେକ୍‌ସନ ଦେଇଥିଲେ। ଏହାକୁ ନେଇ ଲରେନ୍‌ କୁହନ୍ତି, ମୋ’ ମା’ ପ୍ରାୟତଃ କୁହନ୍ତି, ମୋ ପିଲାଙ୍କୁ ସେ ଦେଖିବେ। ତାଙ୍କ ସହ ଖେଳିବେ। ଏ ବିଷୟରେ ଆମେ ଅଧିକାଂଶ ସମୟ କଥାବାର୍ତ୍ତା ହେଉ। ବୋଧ ହୁଏ ଏହି କାରଣରୁ ତାଙ୍କ ମନରେ ଶୁକ୍ରାଣୁ ଇଞ୍ଜେକ୍‌ସନର ଧାରଣା ଆସିଥିଲା। ଏ ବିଷୟରେ ମୋ’ ସାଥୀ ଜାଣିବା ପରେ ବହୁତ ରାଗିବେ।

Share