Advertisement

୫ ମାସର ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେଲେ ମା’, କହିଲେ ଆଶ୍ଚର୍ଯ୍ୟଜନକ କଥା…

ବାରିପଦା,୧୪ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ କୋହି ପଞ୍ଚାୟତ ଅଞ୍ଚଳରେ ୫ ମାସର ଶିଶୁକନ୍ୟାକୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ସମନ୍ବିତ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ଅତ୍ୟନ୍ତ ଗରିବ ପରିବାରର ୮ଟି ପିଲା ଯୋଗୁ ଅଷ୍ଟମ ଗର୍ଭର ୫ ମାସର ଶିଶୁକନ୍ୟାକୁ ଅନ୍ୟକୁ ଟେକି ଦେଇଥିବାର ଶିଶୁକନ୍ୟାର ମା’ ପ୍ରକାଶ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଜିଲାସ୍ତରୀୟ ଅଧିକାରୀମାନେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା ଜାରି ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share