Categories: ଫୁରସତ

ବୋହୂଙ୍କ ଫେସ୍‌ବୁକ ପୋଷ୍ଟରେ ଶାଶୁ ଦେଲେ ଏମିତି କମେଣ୍ଟ, ଭାଙ୍ଗିଗଲା ସମ୍ପର୍କ

ଜଣେ ମହିଳା ସୋସିଆଲ ମିଡିଆ ଜରିଆରେ ତାଙ୍କ ଶାଶୁ-ଶ୍ୱଶୁରଙ୍କ ଉପରେ ରାଗିଥିବା ଜଣାଇଛନ୍ତି। ସେ ଲେଖିଛନ୍ତି, ମୋ ଶାଶୁ-ଶ୍ୱଶରୁର ଏମିତିରେ ବହୁତ ଭଲ। ମାତ୍ର ସୋସିଆଲ ମିଡିଆରେ ସେମାନଙ୍କ ବ୍ୟବହାର ବହୁତ ଅଜବ। ଯାହା ତାଙ୍କୁ ଖରାପ ଲାଗିଛି।

ମହିଳା ଜଣକ ଲେଖିଛନ୍ତି, ମୋ ଶାଶୁ-ଶ୍ୱଶୁର ଫେସ୍‌ବୁକରେ ମୋ ଫ୍ରେଣ୍ଡଲିଷ୍ଟରେ ଥିଲେ। ମୋ’ର ସବୁ ପୋଷ୍ଟରେ ସେ କମେଣ୍ଟ ଦିଅନ୍ତି। ମୁଁ ତାଙ୍କ ପୁଅ ଫଟୋ ପୋଷ୍ଟ କରେ ତ ବହୁତ ଖୁସି ହୁଅନ୍ତି। ଯଦି ମୁଁ ମୋ କୌଣସି ସାଙ୍ଗଙ୍କ ଫଟୋ ଶେୟାର କରେ ସେ ମୋତେ ବହୁତ ଅପମାନିତ କରନ୍ତି। ସେ ଲେଖିଛନ୍ତି, ମୁଁ ଏବେ ପର୍ଯ୍ୟନ୍ତ ୪୦ ବର୍ଷର ବି ହୋଇନି। ୬୮ ବର୍ଷ ପର୍ଯ୍ୟନ୍ତ ଡ୍ରେସ ପିନ୍ଧିପାରିବି। ମାତ୍ର ମୋ ଶାଶୁ ଶ୍ୱଶୁର ମୋ’ ଫଟୋରେ କମେଣ୍ଟ ଲେଖିଛନ୍ତି, ତୁମ ପିଲମାନେ ବି ତୁମର ଏ ଫଟୋ ଦେଖିବେ ନାହିଁ। ତାଙ୍କ କହିବା କଥା ମୁଁ ଯେଉଁ ଫଟୋ ଶେୟାର କରିଥିଲି ନିଶାରେ ଥିଲି। ଶ୍ୱଶୁର ମଧ୍ୟ ମୋତେ ସୋସିଆଲ ମିଡିଆରେ ମୋତେ ଏଣୁତେଣୁ କମେଣ୍ଟ ଦିଅନ୍ତି। ଯାହା ମୋତେ ବହୁତ ଖରାପ ଲାଗେ। ତେଣୁ ମୁଁ ତାଙ୍କୁ ଫେସବୁକରୁ ଅନ୍‌ଫ୍ରେଣ୍ଡ କରିଦେଲି। ଏହା ପରେ ଦୁଇଜଣ ମୋ ଉପରେ ରାଗିଗଲେ।

ମୋ ଶାଶୁ ମୋତେ ମେସେଜ କରି ପଚାରିଲେ ମୁଁ ତାଙ୍କୁ କାହିଁକି ଅନ୍‌ଫ୍ରେଣ୍ଡ କଲି। ମୁଁ ତାଙ୍କୁ ସଫା ସଫା କହିଲି ସେମାନଙ୍କ କମେଣ୍ଟ ମୋତେ ଭଲ ଲାଗୁନାହିଁ। ତେଣୁ କିଛି ସାଙ୍ଗମାନଙ୍କକୁ ମୋ ଫେସବୁକରେ ରଖିଛି। ଶାଶୁ ଏହି କଥା ଶ୍ୱଶୁରଙ୍କୁ କହିବାରୁ ଦୁଇଜଣ ମୋ ସହ କଥା ବନ୍ଦ କରିଦେଲେ।

Share